Home ଜିଲ୍ଲା ପରିକ୍ରମା ଧାମରା ପଂଚାୟତରେ ଡିଲରଙ୍କ ଅଭିନବ ଉପାୟରେ ଖାଉଟିଙ୍କୁ ଶୋଷଣ : ୬୦ କେଜି ବଦଳରେ ୫୪...

ଧାମରା ପଂଚାୟତରେ ଡିଲରଙ୍କ ଅଭିନବ ଉପାୟରେ ଖାଉଟିଙ୍କୁ ଶୋଷଣ : ୬୦ କେଜି ବଦଳରେ ୫୪ କେଜି ଚାଉଳ ମିଳୁଛି

180

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ପଂଚାୟତରେ ରାସନ ସାମଗ୍ରୀ ବଂଟନରେ ଅନିୟମିତତା ହେଉଥିବା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଏହି ପଂଚାୟତରେ ଥିବା ହୋଲସେଲର ଜିଲ୍ଲା ଯୋଗାଣ ବିଭାଗ ଠାରୁ ଠିକ ଭାବରେ ମାପଚୁପ କରି ରାସନ ସାମଗ୍ରୀ ଆଣୁଥିବା ବେଳେ ଖାଉଟି ମାନଙ୍କୁ ଓଜନରେ କମ କରି ଦେଉଥିବା ଅଭିଯୋଗ ହୋଇଛି । ଘଟଣାରୁ ଜଣାଯାଇଛି ଧାମରା ପଂଚାୟତ ପାଇଁ ନିଯୁକ୍ତି ହୋଇଥିବା ଡିଲର ହୃଶିକେଶ ସାହୁ ଙ୍କ ଅଧିନରେ ଝାଡକାଟି ଗ୍ରାମର ସବ ଡିଲର ଖାଉଟି ମାନଙ୍କୁ ଦେଉଥିବା ଚାଉଳ ଏବଂ ଗହମ ଓଜନରେ ଅନିୟମିତତା କରୁଥିବା ନେଇ ଗ୍ରାମର ଗୋବିନ୍ଦ ମଣ୍ଡଳ,ଝୁମ୍ପା ଗିରି, ଗୁଡିଆ ଗିରି,ବୁଡୁ ଗିରି ,ତାପସ ଗିରି, ରଞିତ ଗିରି ଙ୍କ ସମେତ ବହୁ ଖାଉଟି ଉପଭୋକ୍ତା ଏହି ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଜୈନିକ ସବ ଡିଲର ମାପ କରୁଥିବା ପାତ୍ରରେ ସିମେଂଟ ବୋଳି ଓଜନରେ ୬୦ କେଜି ବଦଳରେ ଉପଭୋକ୍ତା ମାନଙ୍କୁ ୫୪ କେଜି ଚାଉଳ ଦେଉଛନ୍ତି । ପ୍ରତି ପରିବାର ପାଖରୁ ଶତକଡା ୧୦ ପ୍ରତିଶତ ରାସନ ସାମଗ୍ରୀ ବହୁଦିନ ହେବ ହଡପ କରୁଥିବା ନେଇ ଗ୍ରାମବାସୀ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଚାନ୍ଦବାଲି ବ୍ଲକ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ନିଜର ମତରଖି କୁହନ୍ତି ଏ ବାବଦରେ ମୁଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ କହିବି ଏବଂ କଥା ଯଦି ସତ୍ୟ ହୋଇଥାଏ ତାହେଲେ ନିଯୁକ୍ତ ପାଇଥିବା ସବଡିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.