Home କେନ୍ଦୁଝର ବାଇକ ଡିକି ଭାଙ୍ଗି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଇକ ଡିକି ଭାଙ୍ଗି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

181

କେନ୍ଦୁଝର ୧୧/୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ବଜାର ଉପରୁ ବୁଧବାର ଅପରାହ୍ନ ରେ ଜଣେ ଶିକ୍ଷକ ଙ୍କ ଗାଡିର ଡିକି ଭାଙ୍ଗି ୭୦ ହଜାର ଟଙ୍କା ଲୁଟ ହୋଇଥିବା ପାଟଣା ଥାନା ରେ ଅଭିଯୋଗ ହୋଇଛି।ପାଟଣା ବ୍ଲକ ପୋଲାଣଘାଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାନ୍ତ ବୁଧବାର ବିଦ୍ୟାଳୟ ଛାତ୍ରାବାସର ପରିଚାଳନା ଟଙ୍କା ଉଠାଇ ଏକ ଦୋକାନ କୁ ଯାଇଥିବା ସମୟରେ ବାଇକ ର ଡିକି ଭାଙ୍ଗି ଦୁର୍ବୁତ୍ତ ମାନେ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି ଅଭିଯୋଗ ପରେ ପାଟଣା ଥାନା ରେ ୨୦୨/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଛାନଭିନ ଜାରିରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.