Home ଓଡ଼ିଶା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ପ୍ରଧାନ ମନ୍ତ୍ରୀ ମୋଦୀ ଆଜି ଧାନବାଦରେ କରିବେ ନିର୍ବାଚନ ପ୍ରଚାର

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ପ୍ରଧାନ ମନ୍ତ୍ରୀ ମୋଦୀ ଆଜି ଧାନବାଦରେ କରିବେ ନିର୍ବାଚନ ପ୍ରଚାର

430

ରାଞ୍ଚି ୧୨-୧୨ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ଏବଂ ପଞ୍ଚମ ଚରଣର ମତଦାନ ପୂର୍ବରୁ ୧୨ ଡିସେମ୍ବରରେ ଧାନବାଦ, ୧୫ ଡିସେମ୍ବରରେ ଦୁମକା ଏବଂ ୧୭ ଡିସେମ୍ବରରେ ସାହିବଗଞ୍ଜର ବରହେଟରେ ନିର୍ବାଚନ ରାଲିକୁ ସଂବୋଧିତ କରିବେ। ଆଜି ଧାନବାଦର ବରବଡ୍ଡା ମୈଦାନରେ ନିର୍ବାଚନ ସଭା କରିବେ ପ୍ରଧାନମନ୍ତ୍ରୀ। ଧାନବାଦରେ ଚତୁର୍ଥ ଚରଣରେ ୧୬ ଡିସେମ୍ବରରେ ମତଦାନ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ୧୫ ଡିସେମ୍ବରରେ ଝାଡ଼ଖଣ୍ଡର ସଂଥାଲ ପରଗନାର ଦୁମକାରେ ନିର୍ବାଚନ ସଭା କରିବେ। ତା’ ପରେ ୧୭ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ସାହିବଗଞ୍ଜର ବରହେଟରେ ଅନ୍ତିମ ଏବଂ ପଞ୍ଚମ ଚରଣ ନିର୍ବାଚନ ପାଇଁ ସମ୍ଭବତଃ ନିଜର ଅନ୍ତିମ ନିର୍ବାଚନ ସଭାକୁ ସଂବୋଧିତ କରିବେ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ଚରଣ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ନିର୍ବାଚନ ପ୍ରଚାରର ଭାର ସ୍ଵୟଂ ସମ୍ଭାଳି ୨୫ ନଭେମ୍ବରରେ ଦୁଇଟି ବଡ଼ ନିର୍ବାଚନ ସଭା କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଡାଲ୍ଟନଗଞ୍ଜ ଏବଂ ଗୁମଲାରେ ନିର୍ବାଚନ ସଭାକୁ ସଂବୋଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.