Home ଜିଲ୍ଲା ପରିକ୍ରମା ବାଇକ୍ ସହ ଦୁଇ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍,ଦୁଇ ମୃତ, ପରିସ୍ରା କରିବାକୁ ଯାଇଥିବାରୁ ଅଳ୍ପକେ...

ବାଇକ୍ ସହ ଦୁଇ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍,ଦୁଇ ମୃତ, ପରିସ୍ରା କରିବାକୁ ଯାଇଥିବାରୁ ଅଳ୍ପକେ ବର୍ତିଲେ ଜଣେ

12

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ମୋଟର ସାଇକେଲ ଉପରେ ଚଢି ଗଲା ହାଇୱା ଟ୍ରକ।ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ପରିସ୍ରା କରିବାକୁ ଯାଇଥିବାରୁ ଅଳ୍ପକେ ବର୍ତି ଯାଇଛି। ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଗୋପବନ୍ଧୁପୁର ଛକ ନିକଟରେ।ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଆମ୍ପର ଅଂଚଳରୁ ଏକ ମୋଟର ସାଇକେଲ ଯୋଗେ ଦୀପକ ଦାସ,ଅଜୟ ଶବର ଓ ତାଙ୍କ ସାଙ୍ଗ ଭଦ୍ରକ ମେଡିକାଲ କୁ ଜନ୍ମଗତ ପ୍ରମାଣ ପତ୍ର ନେବା ପାଇଁ ଆସିଥିଲେ।ମେଡିକାଲ କର୍ତୃପକ୍ଷ ମନା କରି ଦେବାରୁ,ସେମାନେ ଘରକୁ ଫେରି ଯାଉଥିଲେ। ଗୋପବନ୍ଧୁପୁର ଛକ ନିକଟରେ ଏକ ସାଇକେଲ ଦୋକାନ ପାଖରେ ଗାଡ଼ି ଛିଡା କରି ଜଣେ ପରିସ୍ରା ଯାଇଥିବା ବେଳେ ଦୀପକ ଓ ଅଜୟ ଗାଡ଼ି ପାଖରେ ଛିଡା ହୋଇଥିଲେ। ଏହି ସମୟରେ ଏକ ହାଇୱା ଟ୍ରକ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ଚଢି ଯାଇଥିଲା।ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଥିଲା।ଏହି ଘଟଣା ପରେ ସେଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଗ୍ରାମାଂଚଳ ପୋଲିସ ପହଚି ମୃତ ଦେହ କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତି କରିଥିବା ବେଳେ ପୋଲିସ ହାଇୱା ଟ୍ରକ ଟିକୁ ଜବତ କରିବା ସହ ଉତେଜିତ ଲୋକ ମାନଙ୍କୁ ବୁଝା ସୁଝା କରି ଥିଲା। ଫଳରେ ଜାତୀୟ ରାଜପଥ ର ଗୋଟିଏ ପାର୍ଶ୍ୱ ରେ ଗାଡି ଚଳାଚଳ ପ୍ରାୟ ୨ ଘଂଟା ଧରି ବନ୍ଦ ରହିଥିଲା। ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଗୋଇନ୍ଦା) ଅଂଶୁମାନ ଦ୍ୱିବେଦୀ, ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଓ ଗ୍ରାମାଂଚଳ ଥାନାଧିକାରୀ ସୁବ୍ରତ ଦାସ ପ୍ରମୁଖ ପହଂଚି ଉତ୍ୟକ୍ତ ଲୋକ ଙ୍କୁ ବୁଝା ସୁଝା କରିବା ସହିତ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା କରି ସହାୟତା ଦେବା ସହିତ ଆବଶ୍ୟକୀୟ ଅନ୍ୟାନ୍ୟ ସହାୟତା ମୃତକ ଙ୍କ ପରିବାର କୁ ଦିଆଯିବ ବୋଲି ଘୋଷଣା କରିବା ପରେ ଉତେଜନା ଥମି ଥିଲା। ଏବଂ ଚାଇଲ୍ଡ ଲାଇନ୍ ତରଫରୁ ତାଙ୍କ ପିଲାଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ପାଠ ପଢା ଖର୍ଚ୍ଚ ୪ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ମାସ ବହନ କରାଯିବ ବୋଲି କହିଥିଲେ। ତେବେ ମୃତକ ଙ୍କ ପରିବାର ଲୋକ ମାନେ କିନ୍ତୁ ଏଥିରେ ସହମତି ନ ହୋଇ ୫୦ ଲକ୍ଷ ର ସହାୟତା ଦେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.