Home ଜିଲ୍ଲା ପରିକ୍ରମା ବାଇକ୍ ଧକ୍କାରେ ଜଣେ ମୃତ,୩ ଆହତ

ବାଇକ୍ ଧକ୍କାରେ ଜଣେ ମୃତ,୩ ଆହତ

23

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଗଣିଜାଙ୍ଗ ବଜାରରେ ସାଇକେଲ ସହ ବାଇକ୍ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଛନ୍ତି । ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ସନାତନ ବାରିକ ଓ କନ୍ତିଆ ଗ୍ରାମର ଚକ୍ରଧର ନାୟକ ଶନିବାର ଅପରାହ୍ଣରେ ଏକ ସାଇକେଲ ଯୋଗେ ଆନନ୍ଦରପୁର-ଭଦ୍ରକ ରାଜ୍ୟ ରାଜପଥରେ ବନ୍ତ ପଟୁ ଗଣିଜାଙ୍ଗ ବଜାର ଆସୁଥିଲେ । ଉକ୍ତ ସମୟରେ କନ୍ତିଆ ଗ୍ରାମର ସନ୍ତୋଷ ଜେନା ଓ ଲକ୍ଷ୍ମୀଧର ଜେନା ଏକ ବାଇକ୍ ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ସାଇକେଲ୍ ଆରୋହିଙ୍କୁ ପଛପଟୁ ଧକ୍କା ଦେଇଥିଲେ,ଫଳରେ ସାଇକେଲ ଓ ବାଇକ ଆରୋହି ୪ଜଣ ଗୁରୁତର ଆହତ ହୋଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ନିମନ୍ତେ ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଆହତ ସନାତନ ବାରିକଙ୍କ ମୃତ୍ୟୁ ଘଟିଛି । ସନାତନ ସେଲୁନ କରି ପରିବାର ପ୍ରତିପୋଷଣ କରୁଥିଲେ । ଘରେ ବିଧବା ସ୍ତ୍ରୀ,ବିବାହିତା କନ୍ୟା ଓ ଏକ ମାତ୍ର ପୁଅ ଥିବା ବେଳେ ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.