Home ଜିଲ୍ଲା ପରିକ୍ରମା ଟ୍ରକ ସହ ମାଲବାହୀ ଅଟୋ ଧକ୍କା, ଅଟୋ ଚାଳକ ମୃତ

ଟ୍ରକ ସହ ମାଲବାହୀ ଅଟୋ ଧକ୍କା, ଅଟୋ ଚାଳକ ମୃତ

16

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକରେ ରବିବାର ମଧ୍ୟାହ୍ନରେ ଏକ ଟ୍ରକ ସହ ମାଲବାହୀ ଅଟୋର ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ତେବେ ମୃତ ଅଟୋ ଚାଳକ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ କେଦାରପୁର ଗ୍ରାମର ଲକ୍ଷ୍ମୀଧର ଜେନା (୩୫) ବୋଲି ଜଣାପଡ଼ିଛି । ପ୍ରକାଶ ଯେ, ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଟ୍ରକ ( ନଂ- ଓଆର-୨୨-୨୨୭୬) ସହ ବିପରୀତ ଦିଗରୁ ତିହିଡି ଅଭିମୁଖେ ଯାଉଥିବା ଏକ ମାଲବାହୀ ଆଟୋ (ନଂ-ଓଡି- ୨୨କେ-୩୭୫୨)ର ଧକ୍କା ହୋଇଥିଲା । ଯାହାଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ତିହିଧଡ଼ି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିହିଡ଼ି ପୋଲିସ ଏହି ଘଟଣାରେ ଏକ ମକଦ୍ଦମା ରୁଜୁ କରି ଦୁଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିବା ସହିତ ଆଟୋ ଚାଳକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପାଠାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.