Home କେନ୍ଦୁଝର ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ ୨ଯୁବକ ମୃତ

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ ୨ଯୁବକ ମୃତ

126

ଘଟଗାଁ,୨୯/୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୁନାଟାଙ୍ଗିରି ଗ୍ରାମ ନିକଟରେ ଏକ ବାଇକକୁ ପିକଅପ ଭ୍ୟାନ ଧକ୍କା ଦେବାରୁ ଘଟଣା ସ୍ଥଳରେ ୨ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ହେଲେ ପଣ୍ଡାପଡା ଥାନା ଅନ୍ତର୍ଗତ କାଳିମାଟି ଗ୍ରାମର ରୁନା ନାଏକ ଓ ଓସ୍ତପଙ୍ଗା ଗ୍ରାମର ନୃସିଂହ ନାଏକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ରୁନା ଓ ନୃସିଂହ ପଣ୍ଡାପଡାକୁ କୌଣସି କାମରେ ଆସି ଏକ ହିରୋ ଗ୍ଲାମର ବାଇକରେ ନିଜ ଘରକୁ ଫେରୁଥିବା ସମୟରେ ସୁନାଟାଙ୍ଗିରି ଗ୍ରାମ ନିକଟରେ ଦୃତଗତିରେ ଆସୁଥିବା ଏକ ପିକଅପ ଭ୍ୟାନ ବାଇକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକରେ ବସିଥିବା ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହିତ ଦିର୍ଘ ସମୟ ଧରି ଘଟଣା ସ୍ଥଳରେ ଚାପା ଉତେଜନା ଲାଗିରହିଥିଲା । ଖବର ପାଇ ପଣ୍ଡାପଡା ପୋଲିସ ପହଚିଁ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟିନଥିଲା । ଘଟଗାଁ ଅତିରିକ୍ତ ତହସିଲଦାର ବଳଭଦ୍ର ପୂର୍ତୀ ଓ ସଦର ଏସଡିପିଓ ପ୍ରକାଶ ଜେମସ ଟପୋ ଘଟଣା ସ୍ଥଳକୁ ଯାଇ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ମୃତ ୨ଯୁବକଙ୍କ ପରିବାରଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଦୁର୍ଘଟଣା ଗ୍ରସ୍ତ ୨ ଗାଡିକୁ ଜବତ କରି ଶବକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏଥିସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.