Home କେନ୍ଦୁଝର ଫୁଟବଲ ପ୍ରତିଯୋଗିତ ଉଦଯାପିତ ଏସ .ଜେ. ଏସ କ୍ଲବ ଚମ୍ପିଆନ

ଫୁଟବଲ ପ୍ରତିଯୋଗିତ ଉଦଯାପିତ ଏସ .ଜେ. ଏସ କ୍ଲବ ଚମ୍ପିଆନ

108

ଘଟଗାଁ,୨୯/୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ଉପରଡିହା ପଂଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଶିଶିର ଜାଲି ସାର୍ନା କ୍ଲବ ତରଫରୁ ଆୟୋଜିତ ହୋଇଥିବା ୧୩ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ମୋଟ ୬୪ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚଟି ଏସ.ଜେ.ଏସ କ୍ଲବ ଓ କୋଶଡିହା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏସ.ଜେ.ଏସ କ୍ଲବ ଟ୍ରାଇବ୍ରେକର ସହାୟତାରେ ଏହି ମ୍ୟାଚ ବିଜୟ ହୋଇ ଚଳିତ ବର୍ଷ ଚମ୍ପିଆନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ରେଫରି ଭାବେ ଉତମ ଚରଣ ଖଣ୍ଡା,ମାନସ ଟୁଡୁ,କ୍ଷେତ୍ରବାସୀ ହେମ୍ରମ ଏବଂ ବସନ୍ତ ଟୁଡୁ ଖେଳ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଲକ୍ଷ୍ମୀଧର ଓ ସନ୍ଦିପ ଟୁଡୁ ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉସôବରେ ଘଷିପୁରା ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ନାନୀତ ଅତିଥି ଭାବେ ଉପରଡିହା ସରପଂଚ ପହଲ୍ଲାଦ ଗାଗରାଇ,ପୂର୍ବତନ ସରପଂଚ ଭଗବାନ ଖୁଣ୍ଡା,ଯୁବନେତା ସିକନ ପାଢୀ,ସାମ୍ବାଦିକ ନାରାୟଣ ପଲେଇ,ସୁରେନ୍ଦ୍ର ଜେନା ,ଜତିକୃଷ୍ଣ ବେହେରା,ପରିକ୍ଷିତ ପଲେଇ,ସତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ବିଜୟ ଓ ରନରର୍ସଅଫ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କୁଅଁର ମୁର୍ମୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କ୍ଲବର ସଦସ୍ୟ ଅମର ମୁର୍ମୁ,ସାଗର ମୁର୍ମୁ,ଗଗନ ଟୁଡୁ,ଲସ ଟୁଡୁ,ବିଜୟ ଟୁଡୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.