Home ଜିଲ୍ଲା ପରିକ୍ରମା ବାଂଶଡା-ବଳିଆରପୁର –ଗୁଆଁଶୋଳ ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ କେବେ!

ବାଂଶଡା-ବଳିଆରପୁର –ଗୁଆଁଶୋଳ ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ କେବେ!

11

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା-ଗୁଆଁଶୋଳ ଗ୍ରାମ୍ୟ ଉନ୍ନୟନ ରାସ୍ତା ଯାତାୟତ ଅନୁପୋଯୋଗୀ ହୋଇ ପଡିଥିବା ବେଳେ ଏହି ରାସ୍ତା ନିର୍ମାଣ କେବେ ହେବ ସେ ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ରାସ୍ତା ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଏହି ରାସ୍ତାର ଦୈଘ୍ୟ ୫କି.ମି । ଏହି ରାସ୍ତା ଦେଇ ପଂଚୁଟିକ୍ରି, କରଣପଲ୍ଲୀ,କରଞ୍ଜମାଳ ପଂଚାୟତର ଲୋକ ଯାତାୟତ ହୋଇଥାନ୍ତି । ଏହି ରାସ୍ତା ଆଜି ଭଳି ଦିନରେ ଯାତୟତ ପାଇଁ ସଂପୂର୍ଣ୍ଣ ଅନୁପୋଯୋଗୀ ହୋଇ ପଡିଛି । ଏହି ରାସ୍ତା ନିର୍ମାଣ କରିବାକୁ ୩ ପଂଚାୟତର ବାସିନ୍ଦା ବହୁଦିନ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ବହୁବାର ଲିଖିତ ଭାବେ ଅବଗତ କରାଇଥିବା ବେଳେ ମଧ୍ୟ ଆଜି ଭଳି ଦିନରେ ଏହି ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ଫଳରେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇ ପଡୁଛି ।

ଏହି ରାସ୍ତା ବନ୍ଦ ହେବା ‘ଳରେ ୩ପଂଚାୟତର ବାସିନ୍ଦା ୫କି.ମି ବଦଳରେ ୨୦କି.ମି ରାସ୍ତା ବୁଲାଣି ଦେଇ ନିଜ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରୁଛନ୍ତି । ଏହା ଫଳରେ ଏହି ୩ପଂଚାୟତର ଦୈନଦିନ ଯାତ୍ରା କରୁଥିବା ସାଧାରଣ ଜନତା ନାହିଁ ନଥିବା ଦୁର୍ଦଶାର ଶିକାର ହେବା ସହ ମାନସିକ ଯନ୍ତ୍ରଣା ମଧ୍ୟ ଭୋଗ କରୁଛନ୍ତି । ବର୍ଷା ସମୟରେ ଆମ୍ବୁଲାନ୍ସ ଏବଂ ଦମକଳ ବାହିଣୀର ଗାଡି ମଧ୍ୟ ଏହି ରାସ୍ତା ଦେଇ ଯାଇ ନ ପାରିବା ‘ଳରେ ବହୁ ଧନ ଜୀବନ ଅକାଳରେ ଝଡି ଯାଉଛି । ଶୀଘ୍ର ,କମ ରାସ୍ତା ଏବଂ କମ ବ୍ୟୟରେ ସାଧାରଣ ଜନତା ସେମାନଙ୍କର ବ୍ଲକ ,ତହସିଲ ଏବଂ ଜିଲ୍ଲା ସଦର ମହକୁମାକୁ ଯାତ୍ରା କରିପାରୁଥିବା ଏହି ବାଂଶଡା-ବଳିଆରପୁର-ଗୁଆଁଶୋଳ ରାସ୍ତାକୁ ଓସାରିଆ କରି ନିର୍ମାଣ କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି । ଏବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଅନ୍ୟ ପକ୍ଷରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡ ଅଧିକାରୀଙ୍କ ବଦଳି ହୋଇଯାଇଥିବା ବେଳେ ନୂତନ ଭାବେ କୌଣସି ଅଧିକାରୀ କାର୍ଯ୍ୟରେ ଯୋଗ ଦେଇ ନଥିବାରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.