Home ଜିଲ୍ଲା ପରିକ୍ରମା ଘଂଟେଶ୍ୱର ଫାଣ୍ଡିରେ ନୂତନ ଅଧିକାରୀଙ୍କ ନିଯୁକ୍ତି କେବେ!

ଘଂଟେଶ୍ୱର ଫାଣ୍ଡିରେ ନୂତନ ଅଧିକାରୀଙ୍କ ନିଯୁକ୍ତି କେବେ!

17

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅଧିନରେ ଥିବା ଘଂଟେଶ୍ୱର ଫାଣ୍ଡିରେ ନୂତନ ଅଧିକାରୀଙ୍କୁ କେବେ ନିଯୁକ୍ତି ମିଳିବ ସେ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଚିଠି ଅନୁଯାୟୀ ଗତ ୨୬ତାରିଖରେ ଭଦ୍ରକ ଜିଲ୍ଲାର ୨୧ଜଣ ଇନ୍ସପେକ୍ଟର ଏବଂ ୨ଜଣ ସବ ଇନ୍ସପେକ୍ଟରଙ୍କ ବଦଳି କରାଯାଇଥିଲା । ଏହି ପତ୍ର ସଂଖ୍ୟା ୧୫୪୪ ଅନୁଯାୟୀ ସମସ୍ତ ଅଧିକାରୀ ବଦଳି ହୋଇଯାଇ ନୂତନ ସ୍ଥାନରେ ନିଯୁକ୍ତି ପାଇଥିବା ବେଳେ ଘଂଟେଶ୍ୱର ଫାଣ୍ଡିରେ କାହାକୁ ନୂତନ ଭାବେ ନିଯୁକ୍ତି ଦିଆଯାଇଛି ତାହା ଉଲ୍ଲେଖ ହୋଇ ନଥିଲା ଫଳରେ ଘଂଟେଶ୍ୱର ଫାଣ୍ଡିରେ ଥିବା ଫାଣ୍ଡି ଅଧିକାରି ତତକ୍ଷଣାତ ନିଜର ଦାୟିତ୍ୱ ବାଂଶଡା ଥାନାଧିକାରୀଙ୍କୁ ଦେଇ ନିଜର ନୂତନ ଗନ୍ତବ୍ୟ ସ୍ଥାନକୁ ପଳାଇଗଲେ । ଦୀର୍ଘ ଦିନ ହେବ ଘଂଟେଶ୍ୱର ଫାଣ୍ଡି ଅଧିକାରୀଙ୍କ ପଦବୀ ଫାଙ୍କା ପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଘଂଟେଶ୍ୱର ଫାଣ୍ଡି ଅଧିନରେ ଗୋପିନାଥପୁର, ବଜରାପୁର,ତୋଟାପଡା ଏବଂ ଖଦାଳପୋଖରୀ ଏହିପରି ୪ଟି ପଂଚାୟତ ଅଛି । ଏହି ପଂଚାୟତ ଗୁଡିକ ରେ ସବୁ ସମୟରେ ରାଜନୈତିକ ଶତୃତା ଦିନକୁ ଦିନ ବଢି ବଢି ଚାଲୁଥିବା ବେଳେ ଘଂଟେଶ୍ୱର ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ ନିହାତି ଅପରିହାର୍ଯ୍ୟ ହୋଇ ପଡିଛି । ସରକାରଙ୍କ ନୂତନ ନିୟମାନୁଯାୟୀ ପ୍ରତି ଫାଣ୍ଡିରେ ସବଇନ୍ସପେକ୍ଟର ଙ୍କୁ ନିଯୁକ୍ତି ଦେବାର ନିୟମ ଥିବା ବେଳେ ଆଜି ପର୍ଯ୍ୟନ୍ତ ଘଂଟେଶ୍ୱର ଫାଣ୍ଡିରେ ସରକାରଙ୍କ ଧାର୍ଯ୍ୟ ନିୟମାନୁଯାୟୀ କୌଣସି ସବଇନ୍ସପେକ୍ଟରଙ୍କୁ ନିଯୁକ୍ତି ମିଳି ପାରି ନାହିଁ । ଫଳରେ ଏହି ପଦବୀରେ ସହକାରୀ ସବ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ସଠିକ ସମୟରେ ସଂପୃକ୍ତ ଅଧିକାରୀ କଠିନ ପରିସ୍ଥିତିକୁ ମୁକାବିଲା କରିବା କଷ୍ଟକର ବ୍ୟାପାର ହୋଇପଡୁଛି । ତେଣୂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ପୂର୍ବରୁ ତୁରନ୍ତ ଘଂଟେଶ୍ୱର ଫାଣ୍ଡିରେ ଜଣେ ସବଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦେବା କୁ ସର୍ବାସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.