Home ଜିଲ୍ଲା ପରିକ୍ରମା ନିଶା ନିବାରଣ ନେଇ ବିଏମ୍ ବାଗୁରାଇ ବିଦ୍ୟାଳୟରେ ସଚେତନତା ସଭା

ନିଶା ନିବାରଣ ନେଇ ବିଏମ୍ ବାଗୁରାଇ ବିଦ୍ୟାଳୟରେ ସଚେତନତା ସଭା

7

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତମାଖୁ ସେବନ ଓ ନିଶା ସେବନରେ ସମଗ୍ର ଭାରତବର୍ଷର ଜନସାଧାରଣ ଆକ୍ରାନ୍ତ । ଦେଶରେ ତମାଖୁ ସେବନକାରୀଙ୍କ ହାର ୨୯ ପ୍ରତିଶତ ଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ୪୫ ପ୍ରତିଶତ ଲୋକ ତମାଖୁ ସେବନ କରୁଛନ୍ତି । ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର ସାଧାରଣ ଜନସାଧାରଣ ଏପରିକି କୋମଳମତି ବାଳକ ବାଳିକାମାନେ ଏହି ତମାଖୁ ବା ନିଶା ସେବନରୁ ବାଦ୍ ଯାଇ ନାହାନ୍ତି । ଓଡ଼ିଶାରେ ସରକାରୀ ସ୍ତରରେ ଗୁଟ୍‌କା, ସିଗାରେଟ୍ ଉପରେ ପ୍ରତିବନ୍ଧକ ଓ ଜୋରିମାନା ୨୦୧୩ ମସିହାରୁ ଲାଗୁ ହୋଇଥିଲେ ମଧ୍ୟ ଏହାର ଖୁଲମ୍ ଖୋଲା ବିକ୍ରି ଚାଲିଛି । ପାନ, ବିଡ଼ି, ସିଗାରେଟ୍ ଓ ଗୁଟ୍‌ଖା ବିକ୍ରି ଉପରେ ୨୦୦୩ରେ କୋଟପା ଆକ୍ଟ ଲାଗୁ ହୋଇଥିଲେ ମଧ୍ୟ ତାହା ପାଳନ ହେଉନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୦୦ ମିଟର ଦୂରତା ମଧ୍ୟରେ ପାନ, ବିଡ଼ି, ସିଗାରେଟ୍‌, ଗୁଟ୍‌କା ଭଳି ନିଶାଦ୍ରବ୍ୟର ବିକ୍ରି କଲେ କିମ୍ବା ଦୋକାନ ମଧ୍ୟରେ ରଖିଲେ ୨୦୦ ଟଙ୍କା ଦଣ୍ଡର ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ଲାଗୁ ହେଉ ନାହିଁ । ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ଠାରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉତ୍କଳ ସର୍ବୋଦୟ ମଣ୍ଡଳ, ଭଦ୍ରକ ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀ ଓ କର୍ମକର୍ତ୍ତା ମାନଙ୍କ ତରଫରୁ ଭଦ୍ରକ ବିଏମ୍ ବାଗୁରାଇ ଉଚ୍ଚ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଦିବା ୩ ଘଟିକାରେ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଭୁଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମାଜରେ ନିଶା ଓ ଗୁଟ୍‌ଖା ବ୍ୟବହାରରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତି ସଭା ପରିଚାଳନା କରିଥିଲେ । ସମ୍ପାଦକ ଗୟାଧର ପଣ୍ଡା, ଦେବୀକିଙ୍କର ପାଣିଗ୍ରାହୀ ପିଲାମାନଙ୍କୁ ନିଜେ ସଚେତନ ହେବା ସହିତ ଅନ୍ୟଙ୍କୁ ସଚେତନ କରାଇବାରେ ପ୍ରମୁଖ ପଦକ୍ଷେପ ନେବାକୁ କହିଥିଲେ । ଉପସଭାପତି ନାରାୟଣ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.