Home କେନ୍ଦୁଝର ବହୁ ପ୍ରତିକ୍ଷିତ ଶାଳଣିଆଁ ବିଦ୍ୟୁତ ସବଷ୍ଟେସନ ଉଦଘାଟିତ

ବହୁ ପ୍ରତିକ୍ଷିତ ଶାଳଣିଆଁ ବିଦ୍ୟୁତ ସବଷ୍ଟେସନ ଉଦଘାଟିତ

33

ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ବହୁ ପ୍ରତିକ୍ଷିତ ଶାଳଣିଆଁ ବିଦ୍ୟୁତ ସବଷ୍ଟେସନ ଆଜି ଉଦଘାଟିତ ହୋଇଯଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ସହକାରୀଯନ୍ତ୍ରୀ ମହେଶ୍ୱର ନାୟକ, କନିଷ୍ଠଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା, ବିଦ୍ୟୁତ ବିଭାଗର ଏକସପଟ ବିରେନ୍ଦ୍ର କୁମାର ବେହେରା, ସରପଞ୍ଚ ଶ୍ରୀଧର ବେହେରା, ପୁର୍ବତନ ସରପଞ୍ଚ ଅନାଥ ନାୟକ, ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ସୁଧାକର ଓଝା, ପ୍ରତାପ ଦେଓ, ଧବଳେଶ୍ୱର ପଟ୍ଟନାୟକ, ପ୍ରଦୀପ ଜେନା, ପ୍ରଦୀପ ସେଠୀଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ । ୭କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଦ୍ୟୁତ ସବଷ୍ଟେସନ ଦ୍ୱାରା ହାଟଡିହି ବ୍ଲକର ଶ।।ଳଣିଆଁ, ଗେଡମା, ଡଅଁର, ଷଡଙ୍ଗ, ଆଇତିପୁର, ସମଣା, ହାବଳେଶ୍ୱର ଆଦି ୭ଟି ପଞ୍ଚାୟତକୁ ବିଦ୍ୟୁତ ଯୋଗାଣ ହେବ । ୭ବର୍ଷ ର୍ପୁର୍ବେ ଏହି ବିଦ୍ୟୁତ ସବଷ୍ଟେସନ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଠିକାଦାର ମନଇଛା କାମ କରିବାରୁ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଘଟିଥିଲା । ଏବେ ମାତ୍ର ଗୋଟିଏ ଫିଡର କାମ ସରିଥିବାରୁ ଏହି ଗୋଟିଏ ଫିଡରେ ବିଦ୍ୟୁତ ଯୋଗାଣ ହେବ ବୋଲି ବିଭାଗୀୟ ସହକାରୀଯନ୍ତ୍ରୀ ମହେଶ୍ୱର ନାୟକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.