Home କେନ୍ଦୁଝର ପୋଡି ହୋଇ ମହିଳାଙ୍କ ମୃତ୍ୟୁ ମାମଲା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନ.ଏଚ.ଆର.ସି

ପୋଡି ହୋଇ ମହିଳାଙ୍କ ମୃତ୍ୟୁ ମାମଲା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନ.ଏଚ.ଆର.ସି

36

ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟର ନାହା ଗ୍ରାମରେ ଗତ ୨୦୨୦ରେ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ମୀନତୀ ନାଇକଙ୍କ ପରିବାରକୁ କଣ କ୍ଷତି ପୁରଣ ଦିଆଯାଇଛି କି ନାହିଁ ସେ ନେଇ ଏନ.ଏଚ.ଆର.ସି କେନ୍ଦୁଝର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ଗତ ୨୦୨୦ ଫେବୃୟାରୀରେ ଗ୍ରାମର ମିନତୀ ନାଇକ (୭୦) କୌଣସି କାରଣରୁ ତାଙ୍କ ଶାଢ଼ୀରେ ନିଆଁ ଲାଗିଯିବାରୁ ନିଆଁରେ ପୋଡିଯାଇ ମୃତ୍ୟୁ ବରଣ କରିôତଲେ । ତାଙ୍କର ଏକମାତ୍ର ପୁଅ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ପରିବାରରେ ୫ଜଣ ଲୋକ ଅଛନ୍ତି । ଏପରିସ୍ଥଳେ ସେ ମୁଲ ଲାଗିଲେ ତାଙ୍କ ପରିବାର ଚଳେ । କିନ୍ତୁ ମିନତୀଙ୍କ ମୃତ୍ୟୁ ପରେ ତାଙ୍କୁ କୌଣସି ସରକାରୀ ସହାୟତା ମଧ୍ୟ ଦିଆଯାଇ ନଥିଲା । ଏହାକୁ ଆଧାର କରି ସାମାଜିକ କର୍ମୀ ଇଂ ଚନ୍ଦ୍ରମୌଳି ମହାନ୍ତି ମିନତୀଙ୍କ ପରିବାରକୁ କ୍ଷତିପୁରଣ ଦାବି କରି ଏନ.ଏଚ.ଆର.ସି ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାରକରି ଏନ.ଏଚ.ଆର.ସି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ୨୩ତାରିଖ ସୁଧା ରିପୋର୍ଟ ଦେବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.