Home ଜିଲ୍ଲା ପରିକ୍ରମା ବହୁଜନ ସମାଜପାର୍ଟି ଭଦ୍ରକ ଲୋକସଭା ଆନୁକୂଲ୍ୟରେ ୯୨ତମ ‘ପୁନାପେକ୍ଟଧିକାର ଦିବସ’ ପାଳିତ

ବହୁଜନ ସମାଜପାର୍ଟି ଭଦ୍ରକ ଲୋକସଭା ଆନୁକୂଲ୍ୟରେ ୯୨ତମ ‘ପୁନାପେକ୍ଟଧିକାର ଦିବସ’ ପାଳିତ

36

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁଜନ ସମାଜପାର୍ଟି ଭଦ୍ରକ ଲୋକସଭା ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ୯୨ତମ ‘ପୁନାପେକ୍ଟ ଧିକାର ଦିବସ’ ପାଳିତ ହୋଇଯାଇଛି । ସଭାପତି ପଞ୍ଚାନନ ଯେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଆଡ୍‌ଭୋକେଟ୍ ରଞ୍ଜନ କୁମାର ମଲ୍ଲିକ ଯୋଗ ଦେଇଥିଲେ । ଭଦ୍ରକ ଲୋକସଭା ଅନ୍ତର୍ଗତ ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭାରୁ ଯଦୁ ଦାସ, ପୃଥ୍ୱୀରାଜ ଦାସ, ପରମେଶ୍ୱର ମଲ୍ଲିକ, ସୁବାସ ଯେନା, ରତ୍ନାକର ଯେନା, ରିଆଜୁଦ୍ଦିନ ଖାନ୍‌, ସୋନମ୍ ଖାନ୍‌, ପ୍ରଫୁଲ୍ଲ ମଲ୍ଲିକ, ଭାଗବତ ମଲ୍ଲିକ, ଭରତ ଦାସ, କଳ୍ପତରୁ ଦାସ, ଭାଗିରଥି ମଣ୍ଡଳ, ବଳରାମ ମଣ୍ଡଙ୍କ ସହିତ ବରିଷ୍ଠ ବାମସେଫ୍ ମାଧବାନନ୍ଦ ମଲ୍ଲିକ, ବୈଲୋଚନ ମଲ୍ଲିକ, ବରିଷ୍ଠ କର୍ମୀ ବୁଦ୍ଧିରାମ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ଆଡ୍‌ଭୋକେଟ୍ ଅର୍ଜୁନ ଚରଣ ମଲ୍ଲିକ ଆଲୋଚନାରେ ମୁଖ୍ୟଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମଲ୍ଲିକ ଡଃ ଆମ୍ବେଦକର୍ ଓ ଗାନ୍ଧିଜୀଙ୍କ ଦ୍ୱନ୍ଦ, ୧୯୩୨ ମସିହାର କମ୍ୟୁନାଲ ଏୱାର୍ଡ ଅକାମି କରିବା ଯୋଗୁଁ ଡଃ ଆମ୍ବେଦକରଙ୍କୁ ୧୯୩୨ ସେପ୍ଟେମ୍ବର ୨୪ରେ ଶିକ୍ଷା, ନିଯୁକ୍ତି ଓ ରାଜନୀତିର ସଂରକ୍ଷଣ ପାଇଁ ‘ପୁନା’ ଚୁକ୍ତି ହୋଇଥିଲା । ଯାହା ଚାମ୍‌ଚା ଯୁଗରେ ପରିଣତ ହେଲା । ଫଳରେ ଆଜି ଆମେ ଭିକାରୀ ଓ ଗୋଲାମ । ସେଥି ପାଇଁ ଆଜି ବହୁଜନ ସମାଜପାର୍ଟି ତରଫରୁ ୯୨ତମ ‘ଧିକାର ଦିବସ’ ପାଳନ କରାଯାଉଛି ବୋଲି କହିଥିଲେ । ସଭାର ଶେଷରେ ବରିଷ୍ଠ କର୍ମୀ ବୁଦ୍ଧିରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.