Home ଜିଲ୍ଲା ପରିକ୍ରମା ବହୁଜନ ସମାଜପାର୍ଟି ପକ୍ଷରୁ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳିତ

ବହୁଜନ ସମାଜପାର୍ଟି ପକ୍ଷରୁ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳିତ

55

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁଜନ ସମାଜ ପାର୍ଟି, ଭଦ୍ରକ ଲୋକସଭା ଆନୁକୂଲ୍ୟରେ ଆଧୁନିକ ଭାରତୀୟ ସମ୍ବିଧାନର ଜନକ ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଚରମ୍ପା ସ୍ଥିତ ହୋଟେଲ ଅଭିନନ୍ଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଏକ ଆଲୋଚନାଚକ୍ରରେ ଭଦ୍ରକ ଜିଲ୍ଲା ସଭାପତି ନିର୍ମଳ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱ କରିଥିଲେ । ଯାଜପୁର ଜୋନ ପ୍ରଭାରୀ ବିଭୁତି ଭୂଷଣ ମାଝୀ ମୁଖ୍ୟ ଅତିଥି, ରାଜ୍ୟ ସାଧାରଣ ସମ୍ପାଦକ ଆଇନଜୀବୀ ଅର୍ଜୁନ ଚରଣ ମଲ୍ଲିକ ମୁଖ୍ୟବକ୍ତା, ଭଦ୍ରକ ଲୋକସଭା ପ୍ରଭାରୀ ମାଧବାନନ୍ଦ ମଲ୍ଳିକ, ଜିଲ୍ଲା ସାଧାରଣ ସମ୍ପାଦକ ରାଜୀବ ଲୋଚନ ଜେନା, ପ୍ରକାଶ ମଲ୍ଳିକ, ଲଲାଟେନ୍ଦୁ ମଳ୍ଲିକ, ପ୍ରକାଶ ଚନ୍ଦ୍ର ମୁଦୁଲି ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଡ. ଆମ୍ବେଦକରଙ୍କ ବହୁବିଧ ପ୍ରତିଭା, ଆଜୀବନ ତ୍ୟାଗ, ଦୃଢ ଇଚ୍ଛାଶକ୍ତି ବଳରେ କିପରି ସଂଗଠନ ଓ ଗରିବ ଲୋକଙ୍କ ଭୋଟ ମାଧ୍ୟମରେ ଶାସନ କରାଯାଇ ପାରେ ତାହାର ଉଦାହରଣ ଦେଇ ଆଲୋଚନା କରିଥିଲେ । ବାଲ୍ୟାବସ୍ଥାରେ ଡ. ଆମ୍ବେଦକରଙ୍କ ସ୍କୁଲ ଶିକ୍ଷା ଓ ସାଧାରଣ ଲୋକମାନେ ସର୍ବସାଧାରଣରେ କିପରି ନିର୍ଯାତିତ ହେଉଥିଲେ, ଇଂ ଶୁଭେନ୍ଦୁ ମଲ୍ଳିକଙ୍କ ନିର୍ଦ୍ଦେଶନାରେ ଗୀତିନାଚ, ସଂଗୀତ ଓ ଅଭିନୟ ମାଧ୍ୟମରେ ଦେଖାଇବା ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା । ଭଦ୍ରକ ଲୋକସଭାସ୍ଥ ବିଭିନ୍ନ ବିଧାନସଭା, ଯଥା- ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର, ଭଣ୍ଡାରିପୋଖରୀ, ସିମୁିଳିଆ ଓ ସୋର ବିଧାନସଭା କ୍ଷେତ୍ରରୁ ଖଲିଦ ରହେମନ, ରାଜୁ ଖାନ୍‌, ଖଲିଦ୍ ଖାନ୍‌, ଅଭୟ ମଲ୍ଲିକ (କ ଓ ଖ), ସୁରେନ୍ଦ୍ର ମଲ୍ଲିକ, ପ୍ରଦୀପ ମଲ୍ଲିକ, ପ୍ରଫୁଲ୍ଲ ଜେନା, କୁଳମଣି ମଲ୍ଲିକ, ନିରଞ୍ଜନ ଦାସ, ଶିବ ସୁନ୍ଦର ଜେନା, ବିଦ୍ୟାଧର ଜେନା, ନିର୍ମଳ ଜେନା, ସୁମିତ୍ରା ଜେନା, ସୁବାସ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.