Home ଜିଲ୍ଲା ପରିକ୍ରମା ମା’ ତାରିଣୀଙ୍କ ମନ୍ଦିରରେ ବିଷୁବ ସଂକ୍ରାନ୍ତି ପାଳିତ

ମା’ ତାରିଣୀଙ୍କ ମନ୍ଦିରରେ ବିଷୁବ ସଂକ୍ରାନ୍ତି ପାଳିତ

91

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳ ଗବସାହି ସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ କୋଭିଡ ନିୟମ ଭିତରେ ବିଷୁବ ସଂକ୍ରାନ୍ତି ପାଳିତ ହୋଇ ଯାଇଛି । ମନ୍ଦିର କମିଟି ପକ୍ଷରୁ ସକାଳ ଆଳତୀ କୀର୍ତ୍ତନ ପରେ ବିଷୁବ ପଣା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସରରେ ପାନ କରାଇ ଆପ୍ୟାୟିତ କରା ଯାଇଥିଲା । ସେହିପରି ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ରେ ଆଳତୀ ପରେ ଭଜନ କୀର୍ତ୍ତନ ହୋଇଥିଲା । କମିଟି ସଭାପତି ଜଗବନ୍ଧୁ ପାଣି, ସମ୍ପାଦକ ଅନୁପ ସେଠୀ, ଉପଦେଷ୍ଟା ଖୁକା ଦାସ, ହରେକୃଷ୍ଣ ଦାସ କାର୍ଯ୍ୟ ତୁଲାଇ ଥିବା ବେଳେ ଉପଦେଷ୍ଟା ଜ୍ଞାନ ପାଣି, ଟୁକୁନି ଜେନା, ରାମ ଜେନା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.