Home ଜିଲ୍ଲା ପରିକ୍ରମା ବସ୍ ଧକ୍କାରେ ଯୁବକର ମୃତ୍ୟୁ

ବସ୍ ଧକ୍କାରେ ଯୁବକର ମୃତ୍ୟୁ

60

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଡାହାଲା ନିକଟରେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଏକ ଘରୋଇ ବସ ଧକ୍କାରେ ବାଇକ ଆରୋହୀ ଯୁବକର ମୃତ୍ୟୁ ହୋଇଯାଇଛି । ମିଳିଥିବା ବିବରଣୀ ଅନୁଯାୟୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିଅରିଂ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବାସୁଦେବପୁର ଥାନା ଇରମ ନିକଟସ୍ଥ କୁମ୍ଭୀରଗଡିଆ ଗ୍ରାମର ୨୪ ବର୍ଷିୟ ଯୁବକ ଦିବ୍ୟଜ୍ୟୋତି ସାମଲ ଓଡି ୨୨ ଇ ୪୦୩୯ ନଂ ଏକ ଆଡଭେଞ୍ଜର ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ଡାହାଲା ନିକଟରେ ଓଡି ୦୨ ବି.ଏଚ ୦୪୪୧ ନଂ ‘ଅହଲ୍ୟା’ ନାମକ ଘରୋଇ ବସଟି ପଛପଟୁ ବାଇକଟିକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ନିଆଯାଉଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦଶହରା ଛୁଟି ସାଙ୍ଗକୁ ଦିବ୍ୟଜ୍ୟୋତିଙ୍କ ମା’ଙ୍କ ପ୍ରଧାନଶିକ୍ଷୟତ୍ରୀ ପଦୋନ୍ନତି ହୋଇଥିବା ବେଳେ ପୁଅର ମୃତ୍ୟୁ ଶୋକର ଛାୟା ଖେଳାଇଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.