Home ଜିଲ୍ଲା ପରିକ୍ରମା ଧାମନଗରରେ କୋଭିଡ଼ କଟକଣାରେ ନିରାଡ଼ମ୍ବର ଭାବେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା

ଧାମନଗରରେ କୋଭିଡ଼ କଟକଣାରେ ନିରାଡ଼ମ୍ବର ଭାବେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା

25

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକ ଅଂଚଳରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ରୀତିନୀତି ଅନୁସାରେ ଚାଲିଛି । ସୋମବାର ବେଲ୍ୱବରଣ ଓ ଷଷ୍ଠୀପୂଜା, ମଙ୍ଗଳବାର ସପ୍ତମୀ ପୂଜା ସହ ଆଜି ମହାଷ୍ଠମୀ ପୂଜା ଏବଂ ସନ୍ଧିପୂଜା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ଭକ୍ତଙ୍କ ଦେବୀ ଦର୍ଶନ ମନା । ସୀମିତ ବ୍ରାହ୍ମଣ ଓ କର୍ମକର୍ତାଙ୍କୁ ନେଇ ପୂଜାବିଧି ନିର୍ବାହ କରିବାକୁ ନିର୍ଦ୍ଦେଶ ଅଛି । ଧାମନଗର ଏନ୍‌ଏସି ଅଂଚଳରେ ମେଡ଼ିକାଲ ବଜାର, ଶ୍ୟାମପୁର ଦକ୍ଷିଣବାଡ଼, ଗୋବିନ୍ଦପୁର, ମାଙ୍କିଡ଼ିଆ, ଧୂଷୁରୀ, ଇଚ୍ଛଦା, ବ୍ରହ୍ମପୁର, ନିର୍ଗୁଣ୍ଡି, କଲ୍ୟାଣୀ, ଲୁଣିଆ, ଖପରପଦା ଇତ୍ୟାଦି ସ୍ଥାନରେ ମା’ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । କୌଣସି ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉନାହିଁ । ଗୁରୁବାର ମାଙ୍କ ମହାନବମୀ ବିହିତ ଓ ମହାନିଶା ପୂଜାର୍ଚ୍ଚନା କରାଯିବ । ଏହି ୫ଦିନରେ ମାଙ୍କର ଷୋଢଶ ଉପଚାର ପୂଜା କରାଯାଇ ଶୁକ୍ରବାର ଦଶମୀ ବିହିତ ପୂଜାର୍ଚ୍ଚନା ଓ ତା’ ପରେ ବିସର୍ଜନ କରାଯିବ । ତତ୍‌ପରେ କୁଳାଚାର ଅନୁସାରେ ଅପରାଜିତା ପୂଜା ଓ ଦଶହରା ଉତ୍ସବ ପାଳନ କରାଯିବ । ଏଥିର ଦେବୀ ଦୁର୍ଗା ଗଜବାହନରେ ଗମନ କରିବେ ଏବଂ ଫଳରେ ସୁବୃଷ୍ଠି ହେବ ବୋଲି ପାଞ୍ଜିକାର ମାନେ ମତଦେଇଛନ୍ତି । ତେବେ କୋଭିଡ଼ କଟକଣାରେ ପାଳିତ ହେଉଥିବା ଦୁର୍ଗାପୂଜାରେ ଧାମନଗର ଓ ଧୂଷୁରୀ ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତିକ୍ଷ୍ଣ ନଜର ରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.