Home ଭଦ୍ରକ ବସନ୍ତିଆରେ କଳା ପଲସର ଆତଙ୍କ : ଝାମ୍ପିନେଲେ ଟଙ୍କା, ଧରାହେଲେ ୪ ଲୁଟେରା

ବସନ୍ତିଆରେ କଳା ପଲସର ଆତଙ୍କ : ଝାମ୍ପିନେଲେ ଟଙ୍କା, ଧରାହେଲେ ୪ ଲୁଟେରା

219

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିନ ପ୍ରାୟ ୧୨ଟା ସମୟରେ ବସନ୍ତିଆ ବଜାରରୁ ସମବାୟ ବ୍ୟାଙ୍କର ସଞ୍ଚୟନି ଅର୍ଥ ଆଦାୟ କରୁଥିବା ଆପଣ୍ଡା ଗ୍ରାମର ସୁବାଷ ମିଶ୍ରଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିବା ୪ଜଣ ଯୁବକଙ୍କୁ ବନ୍ତ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ବନ୍ତ ଥାନା ଅନ୍ତର୍ଗତ ଆପଣ୍ଡା ଗ୍ରାମର ସୁବାଷ ମିଶ୍ର ବନ୍ତ ଥାନାରେ କରିଥିବା ଲିଖିତ ଅଭିଯୋଗରୁ ଜଣାଯାଇଛି ଯେ ସେ ନିୟମିତ ଭାବେ ସମବାୟ ବ୍ୟାଙ୍କ ପକ୍ଷରୁ ବସନ୍ତିଆ ବଜାରରୁ ଦୈନିକ ସଞ୍ଚୟନି ଅର୍ଥ ଆଦାୟ କରିଥାନ୍ତି । ଆଜି ଦିନ ପ୍ରାୟ ୧୨ଟା ସମୟରେ ବସନ୍ତିଆ ବଜାରରେ ଥିବା ଏକ ମିଠା ଦୋକାନ ସମ୍ମୁଖରେ ଟଙ୍କା ଆଦାୟ କରି ଛିଡ଼ା ହୋଇଥିଲେ । ହଠାତ୍ ଜଣେ ଯୁବକ ତାଙ୍କ ହାତରୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ବନ୍ତ ଆଡ଼କୁ ଦୌଡୁଥିବା ବେଳେ ପୂର୍ବରୁ ଛକି ରହିଥିବା ଷ୍ଟାର୍ଟ ପଲସର ଚାଳକ ଲୁଟେରାକୁ ଉଠାଇନେଇ ଦ୍ରୁତଗତିରେ ପଳାଇଥିଲା । ଉକ୍ତ ଘଟଣା ଦେଖି ବଜାରରେ ଥିବା ଲୋକେ ଲୁଟେରା ଦ୍ୱୟଙ୍କୁ ମାନଙ୍କ ପିଛା କରିଥିବା ବେଳେ ଫୋନ୍ ଯୋଗେ ବନ୍ତ ଥାନାକୁ ଜଣାଇଥିଲେ । ସ୍ଥାନୀୟ ଯୁବକ ମାନେ ଲୁଟେରା ମାନଙ୍କୁ ଗୋଡ଼ାଇବାରୁ ସେମାନେ ଓରାଳି ଛକରୁ ଶାଳଣିଆ ଆଡକୁ ପଳାଇ ଯାଉଥିଲେ । ମାତ୍ର ବନ୍ତ ପୁଲିସ ପହଞ୍ଚି ଲୁଟେରା ମାନଙ୍କ ମଧ୍ୟରୁ କଳିଗାଁ ନିକଟରୁ ୨ଜଣ ଲୁଟେରାଙ୍କୁ କାବୁ କରି ଥାନାକୁ ଆଣିଥିବା ବେଳେ ଅନ୍ୟ ୨ଜଣ ଲୁଟେରା ବାଇକରେ ଖସିଯିବାରେ ସକ୍ଷମ ହୋଇଥିଲେ । ମାତ୍ର ଖସିଯାଇଥିବା ୨ଜଣ ଯୁବକ ଦୃତଗତିରେ ଗାଡି ଚାଳନା କରୁଥିବା ଦେଖି ଭଣ୍ଡାରିପୋଖରୀ ନିକଟରେ କେତେକ ବ୍ୟକ୍ତି ଧରି ଭଣ୍ଡାରିପୋଖରୀ ଥାନାରେ ଜିମା ଦେଇଥିଲେ । ସେଠାରୁ ଖବରପାଇ ଉଭୟ ଲୁଟେରାଙ୍କୁ ବନ୍ତ ଥାନାକୁ ଅଣାଯାଇ ପଚରାଉଚରା ଜାରି ରଖିଛନ୍ତି । ତେବେ ମୋଟ ୭୨ ହଜାର ୫ଶହ ଟଙ୍କା ମଧ୍ୟରୁ ଲୁଟେରା ୪ଜଣଙ୍କ ପାଖରୁ ୨୪ ହଜାର ୪ଶହ ଟଙ୍କା ଉଦ୍ଧାର କରାଯାଇଛି । ବ୍ୟବହୃତ ୨ ପଲସର ଗୋଟିଏ ଭଣ୍ଡରିପୋଖରୀ ଓ ଅନ୍ୟଟି ବନ୍ତ ଥାନାରେ ରହିଛି । ଭଦ୍ରକ ଏସଡ଼ିପିଓ ଅଶୋକ ଦାସ, ବନ୍ତ ଥାନାଧିକାରୀ ମୀନା ବିନ୍ଧାଣୀ ଅଧିକ ପଚରାଉଚରା ଜାରୀ ରଖିଛନ୍ତି । ସୂଚନାଯୋଗ୍ୟ ଯେ ସମସ୍ତ ୪ଜଣ ଯାକ ଲୁଟେରା ଗଞ୍ଜାମ ଜିଲ୍ଲାର ଶ୍ରୀଧର ପ୍ରଧାନ, ରାଧା ଦାସ, ସୁରେଶ ପ୍ରଧାନ, ପି. ମାଧବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.