Home ଜିଲ୍ଲା ପରିକ୍ରମା ନୂଆ କରୋନା ଆକ୍ରାନ୍ତ ୬୭, ନମୁନା ପରୀକ୍ଷା ୬୦ ହଜାର ଟପିଲା

ନୂଆ କରୋନା ଆକ୍ରାନ୍ତ ୬୭, ନମୁନା ପରୀକ୍ଷା ୬୦ ହଜାର ଟପିଲା

235

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ନମୁନା ପରୀକ୍ଷା ୬୦ ହାଜର ଟିପଛି । ଆଜି ସୁଦ୍ଧା ମୋଟ ୬୦ହଜାର ୮୫୫ଜଣଙ୍କ ନମୁନା ପରୀକ୍ଷା ହେବା ପରେ ମୋଟ ଆକ୍ରାନ୍ତ ୩୭୬୫ ହୋଇଛି । ଯେଉଁଥିଲେ ଆଜିର ନୂଆ ଆକ୍ରାନ୍ତ ୬୭ଜଣ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ନୂଆ ୧୩୦ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୨୯୧୩ ହୋଇଛି । ଏବେ ବାକି ୮୪୨ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ଯେଉଁ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ଜଣେ, ବାସୁଦେବପୁର ପୌରପାଳିକାରୁ ୨ଜଣ, ଭଦ୍ରକ ବ୍ଲକରୁ ୯ଜଣ, ଭଦ୍ରକ ପୌରପାଳିକାରୁ ୧୩ଜଣ, ବନ୍ତ ବ୍ଲକରୁ ୫ଜଣ, ଭଣ୍ଡାରିପୋଖରୀ ବ୍ଲରୁ ୫ଜଣ, ଚାନ୍ଦବାଲି ବ୍ଲକରୁ ୭ଜଣ, ଧାମନଗର ବ୍ଲକରୁ ୭ଜଣ, ତିହିଡି ବ୍ଲକରୁ ୧୫ ଜଣ ଏବଂ ଅନ୍ୟ ଜିଲ୍ଲାର ୩ଜଣ ଆକ୍ରାନ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.