Home ଅପରାଧ ବଳତ୍କାର ଅଭିଯୋଗରେ ଜଣେ ଗିରଫ

ବଳତ୍କାର ଅଭିଯୋଗରେ ଜଣେ ଗିରଫ

512

ଭଦ୍ରକ୧୩ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ  କେବେ ବନ୍ଧ ହେବ ନାରୀ ଦୁଷ୍କର୍ମ ମାମଲା ତାହାକୁ ନେଇ ଚିନ୍ତା ପ୍ରକଟ କରିଛି ସମାଜର ପ୍ରତ୍ୟେକ ପରିବାରେର ସଦସ୍ୟ । ଜଣେ ନବାଳିକା ବଳତ୍କାରର ଶିକାର ହୋଇ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା Lବର ମିଳିଛି । ଅଭିଯୁକ୍ତ ବାଲେଶ୍ୱର ସିମୁଳିଆ ଅଞ୍ଚଳର ନଣ୍ଡା ଦାସକୁ ଭଦ୍ରକ ଗାମାଞ୍ଚଳ ପୁଲିସ ଗିରଫ କରିଛି । ଗତ ୧୦ ତାରିଖରେ ଦିନ ଅଭିଯୁକ୍ତ ନଣ୍ଡା ଅନ୍ୟ ଏକ ଗାଁକୁ ଏକୋଇଶା ଭୋଜିରେ ଯୋଗଦେବାକୁ ଯାଇଥିଲା। ଏକୋଇଶା ପୂଜା ପାଇଁ ନାବାଳିକାଙ୍କ ପରିବାର ଲୋକେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ନଣ୍ଡା ନାବାଳିକାଙ୍କୁ ବଳାତ୍କାର କରିଥିଲା। ନାବାଳିକା ଜଣକ ଏ ନେଇ ଘରେ ଜଣାଇ ନ ଥିଲେ। କିନ୍ତୁ ପରେ ଦେହ ଅସୁସ୍ଥ ହେବାରୁ ଘରେ ଏ ବିଷୟରେ କହିଥିଲେ। ପରେ ପରିବାର ପକ୍ଷରୁଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳ ଥାନାରେ ଅଭିଯୋଗ କରାଯାଇଥିଲା। ଅନ୍ୟପଟେ ଅଭିଯୁକ୍ତ ନଣ୍ଡା ଘଟଣା ପରଦିନଠାରୁ ଫେରାର ଥିଲା। ପୁଲିସ ତାକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.