Home ଓଡ଼ିଶା ଅଶୋକ ଦାସଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଇଁ ପ୍ରସ୍ତୁତି ବୈଠକ

ଅଶୋକ ଦାସଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଇଁ ପ୍ରସ୍ତୁତି ବୈଠକ

241

ଯାଜପୁର ୧୩ା୧୨(ଓଡ଼ିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବିଧାନସଭାର ପୂର୍ବତନ ବିଧାୟକ ତଥା ବିରୋଧି ଦଳ ନେତା ୰ ଅଶୋକ ଦାସଙ୍କ ୧୧ତମ ଶ୍ରାଦ୍ଧ ଉପଲକ୍ଷେ ପ୍ରସ୍ତୁତି ବୈଠକ ପାଣିକୋଇଲି ମା ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୯ ତାରିଖ ୰ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଦିନ ୧୨ ଘଟିକା ସମୟରୁ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ସ୍ତିର କରାଯାଇଛି । ସମସ୍ତ ଅଶୋକ ପ୍ରେମୀ ଏହି ଶ୍ରାଦ୍ଧସଭାରେ ଯୋଗଦେଇ ସ୍ମୃତି ଚାରଣ କରିବାକୁ ଅଶେକ ଦାସ ସ୍ମୃତି କମିଟି ପକ୍ଷରୁ ନିବେଦନ କରାଯାଇଛି । ମା ତାରିଣୀ ମନ୍ଦରର ପୂଜକ ସୂର୍ଯ୍ୟମଣୀ ପଣ୍ଡାଙ୍କ ଅବାହକତ୍ୱରେ ଓ ସୁବାସ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଦୈତ୍ୟ ଚରଣ ଦାଶ, ସନ୍ତୋଷ କୁମାର ବେହେରା, ଗଙ୍ଗାଧର ସାହୁ, ବିପିନ ବିହାରୀ ଧଳ, ନିରଂଜନ ରାଉତ, ବୃନ୍ଦାବନ ମହାକୁଡ, ପଥରପଦା ସରପଂଚ ପ୍ରକାଶ ମଲ୍ଲିକ, ମାର୍କଣ୍ଡ ଚରଣ ସାହୁ, ଅନାମ ମହାପାତ୍ର, ବାବୁଲି ପରିଡା, ପ୍ରଳୟ ପଟ୍ଟନାୟକ, ଉମେଶ ପୁରୀ, ବେଣୂଧର ଖଣ୍ଡାଇ, ଗଣେଷ ପ୍ରସାଦ ମଲ୍ଲିକ, ଶିଶିର ଆଏଚ, କଳ୍ପତରୁ ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମହା ସମାରୋହରେ ଏହି ଶ୍ରାଦ୍ଧ ଦିବସ, ଗୀତା ପାଠ, ସ୍ମୃତି ଚାରଣ ସଭା, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.