Home Coronavirus Outbreak ବଲାଙ୍ଗୀର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା

ବଲାଙ୍ଗୀର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା

60

ବଲାଙ୍ଗୀର ୦୭-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ଆଜି ୪୩ ଜଣ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୪ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି। ତେବେ ବଲାଙ୍ଗିର ପୌରାଂଚଳର ଓଲ୍‌ଡ଼ ପେଲେସ୍‌ ଲାଇନ୍‌ରୁ ୧, ମାଲପଡ଼ାରୁ ୧, ବେହେରାପାଲିରୁ ୧, ଟାଉନ ପୋଲିସ କଲୋନୀରୁ ୧, ସତ୍ୟନାରାୟଣପଡ଼ାରୁ ୧, ରାଜୀବନଗରରୁ ୧, ରାଧାରାଣୀପଡ଼ାରୁ ୧, କଂସାରୀପଡ଼ାରୁ ୧, ଆଦର୍ଶପଡ଼ାରୁ ୧, ଠିକାଦାରପଡ଼ାରୁ ୨, ଗାନ୍ଧୀନଗରପଡ଼ାରୁ ୧, ରାମେଶ୍ୱରନଗରରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମାଂଚଳର ପାଟଣାଗଡ଼ ଏନ୍‌ଏସି ମେହେରପଡ଼ାରୁ ୧, ଗଡ଼ଭିତରରୁ ୧, ଟିଟିଲାଗଡ଼ରୁ ୩, ଟିଟିଲାଗଡ଼ ସ୍ୱାଧୀନପଡ଼ାରୁ ୨, ପାଟଣାଗଡ଼ ବ୍ଲକ୍‌ ଭଏଁଷାରୁ ୧ ଓ ସୁନାମୁଦିରୁ ୩, ଆଗଲପୁର ବ୍ଲକ୍‌ ଲୁହୁରାମୁଣ୍ଡାରୁ ୧, ଦେଓଗାଁ କଛାରପାଲିରୁ ୭, ଦେଓଗାଁରୁ ୭, ମୁରିବାହାଲରୁ ୧ ଓ ଲୋଇସିଂହା ବ୍ଲକ୍‌ ବୁଡର଼୍ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ପୁରୁଷ କୋଭିଡ଼୍‌ ଯୋଦ୍ଧା ମଧ୍ୟ ଆଜି ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି। ଆଜି ଯାଏଁ ଜିଲ୍ଲାରେ ୨୦୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୬୫୪ ଜଣ ସୁସ୍ଥ ହୋଇ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.