Home ଓଡ଼ିଶା ବିଜୁଳି ନ ରହିବା ଓ ଜେନେରେଟର ବନ୍ଦ ହୋଇ ରହିବା ଓ ଅଲ୍ଟ୍ରାସାଉଣ୍ଡ ପାଇଁ ବଲାଙ୍ଗୀର...

ବିଜୁଳି ନ ରହିବା ଓ ଜେନେରେଟର ବନ୍ଦ ହୋଇ ରହିବା ଓ ଅଲ୍ଟ୍ରାସାଉଣ୍ଡ ପାଇଁ ବଲାଙ୍ଗୀର ଯିବାକୁ ବାଧ୍ୟ ରୋଗୀ, ସାଧାରଣରେ ତୀବ୍ର ଅସନ୍ତୋଷ

138

ବଲାଙ୍ଗୀର, ୦୭-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା କୋଭିଡ ଯୋଦ୍ଧାଙ୍କ ଭୂମିକା ସମସ୍ତଙ୍କଠୁ ଅଧିକା। ସରକାରୀ ଏବଂ ବେସରକାରୀ ତଥା ଡାଇଗ୍ନୋଷ୍ଟିକ ସେଣ୍ଟରମାନଙ୍କରେ ଏହି ସୁବିଧା ଉପଲବ୍ଧ ଥାଏ। ଏବେ ଟିଟିଲାଗଡରେ ରୋଗୀ ଅଲଟ୍ରାସାଉଣ୍ଡ କରିବା ପାଇଁ ଆସୁଥିବା ଓ ନିରାଶ ହୋଇ ଅର୍ଥ ଅଭାବରୁ ବିଶେଷ କରି ଗର୍ଭବତୀ ମହିଳା ରୋଗି ଫେରି ଯିବା ସାର ହେଉଛି। ଏପରି କି ଡାକ୍ତର ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତରଖାନାକୁ ପଠାଉଥିବା ବେଳେ ତାହା ସମ୍ଭବ ହେଇପାରୁନାହିଁ। ଏହି ଗର୍ଭବତୀ ମହିଳା ଏବଂ ପେଟରୋଗ ସମ୍ବନ୍ଧୀୟ ରୋଗୀ, ଟିଟିଲାଗଡ଼ ସହରରେ ଚାରୋଟି ସ୍ଥାନରେ ଏହି ସୁବିଧା ଉପଲବ୍ଧ ଅଛି, କିନ୍ତୁ କିଛି ଦିନ ତଳେ ଜିବନ ଜ୍ୟୋତି ନର୍ସିଂ ହୋମରେ ଜଣେ କରୋନା ପଜିଟିଭ ବାହାରିବା ପରେ ସେଠାକାର ସବୁ ରୋଗିଙ୍କୁ ସ୍ଥାନାନ୍ତର କରାଯିବା ପରେ ଚିକିତ୍ସା ବନ୍ଦ ଅଛି, ଅନ୍ୟ ସବୁ ସେଣ୍ଟର୍ ଗୁଡ଼ିକ ମଧ୍ୟ ସହରରେ ପଜିଟିଭ ସଂଖ୍ୟା ବଢିବାରୁ ସୁରକ୍ଷା ଦୃଷ୍ଟିରୁ ସେମାନେ ବି ଏହି ସୁବିଧା ଯୋଗାଉ ନ ଥିବା ତଥା ବନ୍ଦ କରିଦେଇଛନ୍ତି। ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସେହିପରି ଜେନେରେଟର ଦୀର୍ଘ ମାସ ହେଲା ବନ୍ଦହୋଇ ରହିଥିବା ଓ ଏ ନେଇ ସ୍ବେଚ୍ଛାସେବୀ ଲିଖିତ ଅଭିଯୋଗ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କରି କିଛି ସୁଫଳ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଏପରି କି ବିଦ୍ୟୁତ ଘଣ୍ଟା, ଘଣ୍ଟା ଧରି ଯିବା ଦ୍ଵାରା ସାଧାରଣ ଓ କର୍ମଚାରୀ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଥିବା ନେଇ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.