Home ଓଡ଼ିଶା ରଣପୁର ପୋଲିସ୍ ଦ୍ୱାରା ମାଙ୍କଡା ପଥର ଗାଡି ଜବତ ୩ ଅଭିଯୁକ୍ତ ଗିରଫ

ରଣପୁର ପୋଲିସ୍ ଦ୍ୱାରା ମାଙ୍କଡା ପଥର ଗାଡି ଜବତ ୩ ଅଭିଯୁକ୍ତ ଗିରଫ

81

ଓଡିଆ ପୁଅ/ ଦେବୀପ୍ରସାଦ ଆଚାର୍ଯ୍ୟ୭/୯/ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳର ଏକ ମାଙ୍କଡା ପଥର ବୋଝେଇ ମିନିଟ୍ରକ୍ ଙଊଙ୨ଈଖ୯୧୩୮ କୁ ରଣପୁର ପୋଲିସ୍ ଜବତ କରିଥିବା ଜଣାପଡିଛି । ମାଙ୍କଡା ପଥର ଚୋରା ଚାଲାଣ ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଥିବା ଜଣାପଡିଛିା

ଗତ ସେପ୍ଟେମ୍ବର ୬ତାରିଖ ରାତ୍ରିରେ ପୋଲିସ୍ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଗୋପାଳପୁର ସ ମିଲ୍ ଛକରୁ ମାଙ୍କଡା ପଥର ଗାଡିଟିକୁ ଜବତ କରି ୩ଜଣଙ୍କୁ ଗିରଫ କରିଛି । ରଣପୁର ଥାନା ଇନିସ୍ ପେକ୍ଟର୍ ରଶ୍ମିରଂଜନ ଦାଶଙ୍କ ସୂଚନା ଅନୁଯାୟୀ ଗତ ୧ ମାସ ହେବ ମାଙ୍କଡା ପଥର ଚୋରା ଚାଲାଣ ବନ୍ଦ ରହିଥିଲା । ପୋଲିସ୍ ସୂଚନା ପାଇଲା ଯେ ଚାଲାଣକାରୀମାନେ ମାଙ୍କଡା ପଥର ଚାଲାଣ କରିବା ପାଇଁ ମସୁଧା ଚଲାଇଛନ୍ତି । ତେଣୁ ପୋଲିସ୍ ପେଟ୍ରୋଲିଙ୍ଗ୍‌କୁ ବ୍ୟାପକ କରିଥିଲା । ଯାହା ଫଳରେ ଗୋଟିଏ ଗାଡି ଧରାପଡିଥିବା ବେଳେ ଖବର ପାଇ ଅନ୍ୟ ଗାଡି ଗୁଡିକ  ଖସି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.