Home ଜିଲ୍ଲା ପରିକ୍ରମା ବର୍ଷ ବର୍ଷ ଧରି ପୌରାଞ୍ଚଳର ୬ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା

ବର୍ଷ ବର୍ଷ ଧରି ପୌରାଞ୍ଚଳର ୬ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା

36

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଖୋଦ୍ ଭଦ୍ରକ ପୌରାଞ୍ଚଳର ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର ଦେଖିବାକୁ ମିଳୁଛି । ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ ପୌରାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପୌରପାଳିକା ପକ୍ଷରୁ ୬ଟି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏଥିମଧ୍ୟରେ ଉତ୍ତରବାହିନୀ ଓ ଚରମ୍ପା ହନୁମାନ ହାଟ ନିକଟରେ ଦୁଇଟି ଏଲୋପ୍ୟାଥିକ ଓ ନାଥସାହି, ବାଗୁରାଇ, ଗରଦପୁର ଓ ଲାହାପଟି ଠାରେ ୪ଟି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଭିତ୍ତିଭୂମିର ଅଭାବରୁ ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ପଡିଛି ତାଲା । ତେବେ ୧୯୯୪ ମସିହାରେ ୨୭ ବର୍ଷ ପୂର୍ବେ ଚରମ୍ପାର ଭୌଗୋଳିକ ଚିତ୍ରକୁ ଲକ୍ଷ୍ୟକରି ୧, ୨ ଓ ୩ ନଂ ୱାର୍ଡବାସୀଙ୍କ ସ୍ୱାସ୍ଥ୍ୟସେବାର ସୁବିଧା ପାଇଁ ହନୁମାନ ହାଟ ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି । ଏହିଭଳି ପୌରପାଳିକା ଅଧୀନରେ ଚାବି ପଡିଥିବା ୬ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏକ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.