Home ଜିଲ୍ଲା ପରିକ୍ରମା ୩ ମାସ ଧରି ମନ୍ଦିର ବୁଡିଛି ନର୍ଦ୍ଦମା ପାଣିରେ, ଅପୂଜା ରହିଛନ୍ତି କପିଳେଶ୍ୱର ମହାଦେବ

୩ ମାସ ଧରି ମନ୍ଦିର ବୁଡିଛି ନର୍ଦ୍ଦମା ପାଣିରେ, ଅପୂଜା ରହିଛନ୍ତି କପିଳେଶ୍ୱର ମହାଦେବ

65

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯେଉଁଠି ପ୍ରବଳ କୋପୀ ଦେବ ଦେବ କପିଳେଶ୍ୱର ମହାଦେବ ନର୍ଦ୍ଦମା ପାଣିରେ ଦିନେ ନୁହେଁ ଅଧେ ନୁହେଁ ଦୀର୍ଘ ୩ ମାସ ଧରି ନର୍ଦ୍ଦମା ପାଣିରେ ବୁଡି ରହିଛନ୍ତି, ସେଠାରେ ମଣିଷ କଥା ପଚାରେ କିଏ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ପୌରାଞ୍ଚଳରେ ଯାଉଥିବା ଗ୍ରାମାଞ୍ଚଳ ଥାନା ସମ୍ମୁଖ ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ଶ୍ରୀ ଶ୍ରୀ ବାବା କପିଳେଶ୍ୱର ମହାଦେବଙ୍କ କ୍ଷେତ୍ରରେ । ଏହି ମହାଦେବ କରୋନା କଟକଣା ମଧ୍ୟରେ ବି ପୂଜା ପାଉଥିଲେ । କିନ୍ତୁ ପ୍ରାୟ ୨ ମାସ ଧରି ଏହି ମହାଦେବ ଓ ତାଙ୍କ ମନ୍ଦିର ପରିସର ୟାସ୍ ବାତ୍ୟା ସମୟର ବର୍ଷା ଜନିତ ନର୍ଦ୍ଦମା ପାଣି ମଧ୍ୟରେ ବୁଡି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଯାହା ହିନ୍ଦୁ ଧର୍ମର ଧାର୍ମିକ ରୀତିନୀତି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପରିସରରେ ସ୍ଥାପନା ହୋଇଥିବା ଏହି ବାବା କପିଳେଶ୍ୱର ମହଦେବ ମନ୍ଦିରଟି ଦୀର୍ଘଦିନରୁ ପ୍ରତିଷ୍ଠା ହୋଇ ସ୍ଥାନୀୟ ବଜାରବାସୀଙ୍କ ପକ୍ଷରୁ ପୂଜା ପାଇଆସୁଛି । ଯାହାର ଦାୟିତ୍ୱ ଦୀର୍ଘ ୧୨ ବର୍ଷ ଧରି କରିଆସୁଛନ୍ତି ସେବାୟତ କାହ୍ନୁ ମିଶ୍ର । କିନ୍ତୁ ଏବେ ୟାସ୍ ବାତ୍ୟା ସମୟର ଉଦ୍‌ବୃତ୍ତ ବର୍ଷାଜଳ ଓ ନର୍ଦ୍ଦମା ପାଣି ଏକାକାର ହୋଇ ମନ୍ଦିର ଭିତର ଓ ବାହାରେ ଜମି ରହିବା ଫଳରେ ସାପ, ବେଙ୍ଗଙ୍କର ଚରାଭୂଇଁ ପାଲଟିଛି । ଯେଉଁ କାରଣରୁ ବ୍ରାହ୍ମଣ କାହ୍ନୁ ମିଶ୍ର ଭୟରେ ଦୁଇମାସ ହେବ ପୂଜା ବନ୍ଦ କରିଦେଇଛନ୍ତି । ତେବେ ଏହି ମନ୍ଦିର ପରିସରରେ ଜମିଥିବା ଜଳ ନିଷ୍କାସନ କ୍ଷେତ୍ରରେ ନା ସ୍ଥାନୀୟ ବଜାର କମିଟି କର୍ତ୍ତୃପକ୍ଷ ନା ପୌରପାଳିକା କେହି ମଧ୍ୟ ମୁଣ୍ଡକାନ ହଲାଉନାହାଁନ୍ତି । ଜଳ ନିଷ୍କାସନ ହେଉନଥିବାରୁ ଠାକୁର ଅପୂଜା ରହିଛନ୍ତି । ଏଣୁ ଉକ୍ତ ମନ୍ଦିରଟିର ସେବା ଜନିତ ଦାନ ଦକ୍ଷିଣାରେ ପରିବାର ପ୍ରତିପୋଷଣ କରିଆସୁଥିବା କାହ୍ନୁ ମିଶ୍ର ଏବେ କରୋନା ସମୟରେ ଖୁବ୍ ଅସହାୟରେ ଦିନ ବିତାଉଛନ୍ତି । ଧାର୍ମିକ ରୀତିନୀତି ପ୍ରତି ଏଭଳି ଅଣଦେଖା ଭାବକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବାବେଳେ ସଂପୃକ୍ତ ବିଭାଗ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବା ସହିତ ମହାଦେବଙ୍କ ନିୟମିତ ପୂଜାର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.