Home ଜିଲ୍ଲା ପରିକ୍ରମା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ନବନିର୍ମାଣ ଛାତ୍ର ସଂଗଠନର ୧୨ ଘଣ୍ଟିଆ ପେଟ୍ରୋଲ ପମ୍ପ...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ବିରୁଦ୍ଧରେ ନବନିର୍ମାଣ ଛାତ୍ର ସଂଗଠନର ୧୨ ଘଣ୍ଟିଆ ପେଟ୍ରୋଲ ପମ୍ପ ବନ୍ଦ

29

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ଖାଇବା ତେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧି ପ୍ରତିବାଦରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ଭଦ୍ରକ ଶାଖା ପକ୍ଷରୁ ଆଜି ଭଦ୍ରକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ପୂର୍ବ ଘୋଷଣା ମତେ ପିକେଟିଂ କରାଯାଇଛି । ଏଥି ଉପଲକ୍ଷେ ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀଙ୍କ ଆହ୍ୱାନରେ ଭଦ୍ରକ ଜିଲା ସଂଯୋଜକ ଜାହିଦ ଖାନ୍‌, ଉପ ସଂଯୋଜକ ସନ୍ତୋଷ ମଲ୍ଲିକ, ମଲ୍ଲିକା ନାଜ୍‌, ସାବିର ଖାଁ, ମହମ୍ମଦ ରହେମାନ, ଅର୍ବାଜ ଖାନ୍‌, ଜାନ୍ ଖାନ୍‌, ରିଆଜ ଖାନ୍‌, ସାହବାଜ୍ ଖାନ୍‌, ନିଆଜ ଖାନ୍‌, ନସିରୁଦ୍ଦିନ ଖାଁ, ସେକ୍ ସେହେଜାଦା, ସାଜିଦ ନବୀନ, ଦୀପକ ଭୋଇ, ସନ୍ଦୀପ ଓ ସହିନ ଶାହୋ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରୋକ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଉକ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେବା ସହ ପ୍ରତିବାଦ ସଭାର ଆୟୋଜନ କରିଥିଲେ । ଏହିସଭାରେ କର୍ମକର୍ତ୍ତାମାନେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ରନ୍ଧନଗ୍ୟାସ୍‌, ପେଟ୍ରୋଲ ଓ ଡିଜେଲ୍ ଦର ଆଶାତୀତ ଭାବେ ବୃଦ୍ଧି ପାଇଥିବାରୁ ଗଭୀର ଉଦ୍‌ବେଗ ପ୍ରକାଶ ପୂର୍ବକ ସାଧାରଣ ଗରିବ ଲୋକଙ୍କ ପକେଟ୍ କାଟି ଦେଶ ଓ ରାଜ୍ୟ ଚଳାଇବା ସରକାରଙ୍କ ଏଭଳି ନୀତିକୁ ତୀବ୍ର ନିନ୍ଦା କରିଥିଲେ । ବିଶେଷକରି ଶିଳ୍ପପତି ଓ ପୁଂଜିପତିମାନଙ୍କୁ ଦେଶର ଅମୂଲ୍ୟ ସଂପଦକୁ ଶାଗ ଓ ମୁଗ ଦରରେ ଟେକିଦେଇ ସାଧାରଣ ଲୋକଙ୍କୁ ଲୁଟ୍ କରିବାର ମାଧ୍ୟମ କରାଯାଇଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.