Home ଓଡ଼ିଶା ବର୍ଷା ପାଣିରେ ଉବୁଟୁବୁ ବୌଦ୍ଧ, ତଳିଅଞ୍ଚଳରେ ବନ୍ୟା ପରିସ୍ଥିତି

ବର୍ଷା ପାଣିରେ ଉବୁଟୁବୁ ବୌଦ୍ଧ, ତଳିଅଞ୍ଚଳରେ ବନ୍ୟା ପରିସ୍ଥିତି

131

ବୌଦ୍ଧ, ୨୯ା୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲ): ବୌଦ୍ଧଜିଲାରେ ଲଗୁଚାପ ଜିନିତ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୌଦ୍ଧ ସହର ସମେତ ଅନେକ ଗ୍ରାମର ତଳି ଅଞ୍ଚଳଗୁଡିକ ଜଳମଗ୍ନ ହେବା ସହିତ ଚାଷ ଜମି ସବୁ ବୁଡି ରହିଛି ବର୍ଷା ପାଣିରେ। ଲଘୁଚାପର ତାଣ୍ଡବଲୀଳା ଜିଲାସାରା ଅନୁଭୁତ ହୋଇଛି। ଗତ ରାତିରୁ ଜିଲାରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଲୋକଙ୍କ ନିଦ ହଜେଇ ଦେଇଛି। କେଉଁଠି ଘର ଭାଙ୍ଗିଲାତ କେଉଁଠି କୁତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନ୍ୟପଟେ ଗାଁ ଠୁ ସହର ଉବୁଟୁବୁ ବର୍ଷା ଜଳରେ। ବର୍ଷାଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ଖଲିଆବଗିଚା, ଖଡିଆଳ କଲୋନୀ, ଇରିଗେସନ କଲୋନୀ, ରାଜନପାଲି, ବଗିଚାସାହି ଓ ବାପୁଜୀନଗର ସମତେ ଅନେକ ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କୁତ୍ରିମ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳକୁ ଲୋକମାନେ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଥିବା ଦେଖାଯାଇଛି। ସହର ଉପକଣ୍ଠରେ ରହିଥିବା କୁଷ୍ଠାଶ୍ରମର ଅନ୍ତେବାସୀ ବର୍ଷା ପାଣି ଯୋଗୁଁ ଜଳବନ୍ଦୀରେ ରହିଛନ୍ତି। ବର୍ଷାପାଣିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଳଘରେ ରହୁଥିବା ଅଧିବାସୀମାନେ। ଜଗନ୍ନାଥ ସଡକରେ ଅନେକ ସ୍ଥାନରେ ବର୍ଷା ପାଣି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବର୍ଷାପାଣି ନଦୀକୁ ନିଷ୍କାସିତ ହୋଇନପାରି ବିଦ୍ୟାଳୟ ରାସ୍ତା ବନ୍ଦ ହୋଇଯାଇଛି। ଅଳ୍ପଦିନ ପୂର୍ବରୁ ଯେଉଁଠି ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ସେହି ଖେଳପଡିଆରେ ଜମି ରହିଥିବା ପାଣି ପୋଖରୀର ଭ୍ରମ ସୃଷ୍ଟି କରୁଥିବାବେଳେ ବୌଦ୍ଧ ସବରେଜିଷ୍ଟାର ଅଫିସ, କୋର୍ଟଡାକଘର, ଜିଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ, ଚତୁର୍ଥଶ୍ରେଣୀ କର୍ମଚାରୀ ସଂଘର କାର୍ଯ୍ୟାଳୟ ଭିତରେ ବର୍ଷା ପାଣି ପଶି ଅନେକ କ୍ଷତି କରିଥିବା ଜଣାଯାଇଛି। ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହିରାକୁଦ ଜଳଭଣ୍ଡାରୁ ୪୬ ଟି ଗେଟ ଦେଇ ଜଳ ନିଷ୍କାଶିତ ହେବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳସଂପଦ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ମହାନଦୀର ଜଳପ୍ରବାହ ରେକର୍ଡ କରାଯାଉଛି। କଣ୍ଟ୍ରୋଲରୁମ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ମହାନଦୀରେ ୮୭.୭୦ ମିଟର ବିପଦ ସଙ୍କେତ ଥିବାବେଳେ ଆଜି ଦିନ ୨ ଟା ସୁଦ୍ଧା ୮୭.୯୩ ମିଟର ଜଳସ୍ତର ରେକର୍ଡ କରାଯାଇଛି। ପ୍ରତି ଘଣ୍ଟାରେ ଜଳସ୍ତର ବୃଦ୍ଧି ପାଇଚାଲିଥିବାରୁ ତଳି ଅଂଚଳରେ ପାଣି ପଶି ବହୁ କ୍ଷୟ କ୍ଷତି ହୋଇଥିବା ଜଣା ପଡ଼ିଛି। ଲଗାଣବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.