Home ଜିଲ୍ଲା ପରିକ୍ରମା ବର୍ଜବସ୍ତୁ ହସ୍ତକର୍ମ ପ୍ରଦର୍ଶନୀ ଓ ବିଶ୍ୱ ଗଣିତ ଦିବସରେ ୫୦ଟି ପ୍ରକଳ୍ପ ପ୍ରଦର୍ଶିତ

ବର୍ଜବସ୍ତୁ ହସ୍ତକର୍ମ ପ୍ରଦର୍ଶନୀ ଓ ବିଶ୍ୱ ଗଣିତ ଦିବସରେ ୫୦ଟି ପ୍ରକଳ୍ପ ପ୍ରଦର୍ଶିତ

262

ମାଲକାନଗିର,୨୩ ।୧୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋରକୁଣ୍ଡା ବ୍ଲକସ୍ଥ ଏସ.ତଣ୍ଡାପାଲି ପଚାଂୟତ ଏମଭି୧୬ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଜବସ୍ତୁ ହସ୍ତକଳା ପ୍ରଦର୍ଶନୀ ଓ ବିଶ୍ୱଗଣିତ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ଲାଷ୍ଟିକ ବଟଲ,ଗ୍ଲାସ, ଜଳିଥିବା ଦିଆସିଲି କାଠି,ଅନାବନା କାଗଜ ଆଦି ବର୍ଜବସ୍ତୁକୁ ସଂଗ୍ରହ କରି ସେଥିରେ ସୁନ୍ଦର ସୁନ୍ଦର ହସ୍ତକର୍ମ ପ୍ରଦର୍ଶନୀ କରିବା ସହିତ ବିଶ୍ୱ ଗଣିତ ଦିବସ ଅବସରେ ବିଶ୍ୱ ଗଣିତ ଗୁରୁ ଶ୍ରୀ ରାମାନୁଜନଙ୍କ ବିଭିନ୍ନ ଗଣିତ ସୁତ୍ରକୁ ନେଇ ୫୦ରୁ ଉର୍ଦ୍ଦ ପ୍ରକଳ୍ପ କରିଥିଲେ । କୋରକୁଣ୍ଡା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ରବିନ୍ଦ୍ର କୁମାର ମହାରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ଅଶୋଭ ରଜଂନ ମାଲି,ମୁଖ୍ୟବକ୍ତା ଭାବେ ସାହିତ୍ୟ ଏକେଡମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ଏସ.ତଣ୍ଡାପାଲି ପଚାଂୟତ ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦଜେନା, ବିଦ୍ୟାଳୟ କମିଟି ସଭାପତି ଉଦ୍ଧବ ଚୌଧୁରୀ  ଯୋଗଦେଇ ବିଶ୍ୱ ଗଣିତ ଗୁରୁ ବିଶିଷ୍ଠ ଗଣିତଜ୍ଞ ଶ୍ରୀ ରାମାନୁଜନ ଙ୍କ ଜୀବନୀ ଓ ବିଶ୍ୱଗଣିତ ଦିବସ ତାତପର୍ଯ୍ୟତା ସଂପର୍କରେ କହିବାସହିତ ବର୍ଜବସ୍ତୁଗୁଡିକୁ ଫୋଡି ଦେଇ ବିବିନ୍ନ ସ୍ଥାନରେ ଅଳିଆ ନକରି ଛୋଟ ଛୋଟ ପିଲାମାନେ ବୁଦ୍ଧିଖଟାଇ ନାନା ପ୍ରକାର ହସ୍ତକର୍ମ ମାଧ୍ୟମରେ  ଜନ ସଚେତନତା ସୃଷ୍ଟି କରି ଗ୍ରାମବାସୀ ମାନଙ୍କୁ ବାର୍ତା ଦେଇଛନ୍ତି,ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ ଆହାର ଆବଶ୍ୟକତା ରହିଛି ବୋଲି ଅଭିଭାଷଣ ରଖିଥିଲେ । ବିଶ୍ୱ ଗଣିତ ଦିବସରେ ଗଣିତ ପ୍ରକଳ୍ପ ମାଧ୍ୟମରେ କପିରି ସହଜରେ ଗଣିତ ଜ୍ଞାନ ଆହୋରଣ କରାଯାଇପାରିବ ତାହା ପ୍ରଦର୍ଶନ କରିଥିବାରୁ ଅତିଥି ମାନେ ପ୍ରକଳ୍ପ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସଶାଂ କରିଥିଲେ । ରାଜ୍ୟପାଳପୁରସ୍କୃତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସାଧନା ରାଣୀ ମଣ୍ଡଳ ପ୍ରାରମ୍ଭିକ ସୁଚନା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ବିଶ୍ୱଗଣିତ ଦିବସର ଆଭି ମୁଖ୍ୟ ସଂପର୍କରେ କହିଥିଲେ । ପ୍ରଥମେ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତିରେ  ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଦ୍ୟାଳୟର ଛାତ୍ରୀ ମାନେ ଦେଶାତ୍ମକ ବୋଧ ସଂଗୀତ ଗାନକରିଥିଲେ, ଏହି ଅବସରେ ଗଣିତ ବିଷୟରେ କୁଇଜ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯେଗୀ ଓ ସୁନ୍ଦରଭାବେ ପ୍ରକଳ୍ପ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ କଲ୍ୟାଣି ସାହୁ,ରଜିଂତା ଦାଶ, ସଂଯୁକ୍ତାପ୍ରଧାନ, ବନିତା ସ୍ୱାଇଁ ଙ୍କ ସହିତ   ଗ୍ରାମର ମହିଳା, ବିଶିଷ୍ଟବ୍ୟକ୍ତି  ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଶିକ୍ଷକ ଅଭିରାମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.