Home ଓଡ଼ିଶା ପୁଣି ଦିଲ୍ଲୀରେ ଲାଗିଲା ନିଆଁ : ନରେଲାର ୨ ଫ୍ୟାକ୍ଟ୍ରୀରେ ଲାଗିଛି ନିଆଁ, ୨୦ଟି ଦମକଳ...

ପୁଣି ଦିଲ୍ଲୀରେ ଲାଗିଲା ନିଆଁ : ନରେଲାର ୨ ଫ୍ୟାକ୍ଟ୍ରୀରେ ଲାଗିଛି ନିଆଁ, ୨୦ଟି ଦମକଳ ଗାଡ଼ି ନିଆଁ ଲିଭାଉଛନ୍ତି

159

ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ଦିଲ୍ଲୀରେ ପୁଣି ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଥିବାର ଖବର ଆସିଛି। ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲରେ ଦୁଇଟି ପ୍ୟାକ୍ଟ୍ରୀରେ ଆଜି ସକାଳେ ନିଆଁ ଲାଗିଛି। ଗୋଟିଏ ପ୍ୟାକ୍ଟ୍ରୀରେ ନିଆଁକୁ ଆୟତ୍ତ କରାଯାଇଛି, କିନ୍ତୁ ଦ୍ୱିତୀୟ ପ୍ୟାକ୍ଟ୍ରୀରେ ଏବେ ମଧ୍ୟ ନିଆଁ ନିଭାଇବା ପାଇଁ ପ୍ରୟାସ କରାଯାଉଛି। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳର ୨୦ଟି ଗାଡ଼ି ଘଟଣା ସ୍ଥଳରେରେ ନିଆଁ ଲିଭାଉଛନ୍ତି।

ଏହା ପୂର୍ବରୁ ସୋମବାରଦିନ ଦିଲ୍ଲୀର କିରାଡ଼ୀରେ ତିନି ମହଲା ବିଶିଷ୍ଟ ଆବାସୀୟ ଏବଂ ବ୍ୟବସାୟ କପଡ଼ା ଗୋଦାମରେ ରବିବାର ସମୟ ରାତିରେ ଭୀଷଣ ନିଆଁ ଲାଗିଥିଲା ଏଥିରେ ତିନି ଶିଶୁ ସମେତ ନଅଜଣଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.