Home ଜିଲ୍ଲା ପରିକ୍ରମା ବରିଷ୍ଠ ଶିଶୁ ବିଶେଷଜ୍ଞ ଈଶ୍ୱର ଚନ୍ଦ୍ର ମହାନ୍ତିଙ୍କର ପରଲୋକ

ବରିଷ୍ଠ ଶିଶୁ ବିଶେଷଜ୍ଞ ଈଶ୍ୱର ଚନ୍ଦ୍ର ମହାନ୍ତିଙ୍କର ପରଲୋକ

81

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଟିର ପୁତ୍ର ସ୍ୱାସ୍ଥ୍ୟ ବିଭାଗର ପ୍ରାକ୍ତନ ଯୁଗ୍ମ ସଚିବ ଇଶ୍ୱର ଚନ୍ଦ୍ର ମହାନ୍ତିଙ୍କର ପରୋଲୋକ ହୋଇଯାଇଅଛି । ସେ ବରିଷ୍ଠ ଆଇନଜୀବି ସ୍ୱର୍ଗତଃ ବୃନ୍ଦାବନ ମହାନ୍ତିଙ୍କ ଜ୍ୟେଷ୍ଠପୁତ୍ର । ସ୍ୱର୍ଗତଃ ମହାନ୍ତି ଭଦ୍ରକର ଦାୟାଦ ଭାବରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରି ଖୁବ୍ ଲୋକପ୍ରୀୟତା ସହିତ ସୁନାମ ମ୍ମ ଅର୍ଜନ କରିଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଚିକିତ୍ସାଧିକାରୀ, କ୍ୟାପିଟାଲ ହସପିଟାଲ୍ ଭୁବନେଶ୍ୱରର ମୁଖ୍ୟ ଅଧିକାରୀ ଭାବରେ କାର୍ଯ୍ୟ କରି ଲୋକମାନଙ୍କର ପ୍ରଶଂସା ଭାଜନ ହେବା ସହିତ ଚାକିରୀର ଶେଷ ସମୟ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବରେ ନିଜର ଦାୟିତ୍ୱ ତୁଲାଇ ଅବସର ଗ୍ରହଣ କରିଥିଲେ । ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କର ପାର୍ଥିବ ଶରୀରର ଶେଷକୃତ୍ୟ ସତ୍ୟନଗର ସ୍ମଶାନରେ ସମ୍ପର୍ଣ୍ଣ କରାଯାଇଥିଲା । ପୁତ୍ର ସୁରଜିତ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ସେଠାରେ ତାଙ୍କର ଦୁଇ ଭାଇ ଭବେଶ ମହାନ୍ତି ଓ ସୌରେଶ ମହାନ୍ତିଙ୍କ ସହ କନ୍ୟା ସୁନିତା ମହାନ୍ତି ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ସମାଜସେବୀ ସୁରେନ୍ଦ୍ର ପଟ୍ଟନାୟକ, ଗାଳ୍ପିକା ସୁଷମା ମହାନ୍ତି, ପ୍ରାକ୍ତନ ଡ଼ି.ଏସ୍‌.ପି. ମହେଶ ମହାନ୍ତି, ଯୁବ ସମାଜସେବୀ ଜ୍ୟେତିପ୍ରକାଶ ମହାନ୍ତି ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପରିବାର ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.