Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି,ଓଡ଼ିଆ ନବବର୍ଷ ଓ ବନ୍ଧୁ ମିଳନ ଉତ୍ସବ

ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି,ଓଡ଼ିଆ ନବବର୍ଷ ଓ ବନ୍ଧୁ ମିଳନ ଉତ୍ସବ

11

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ମହାବିଷୁବ ସଂକ୍ରାନ୍ତି, ମହାବୀର ହନୁମାନ ଜୟନ୍ତୀ,ସମ୍ବିଧାନ ପ୍ରଣେତା ଭି,ରାଓ, ଆମ୍ବେଦକରଙ୍କ ଜୟନ୍ତୀ ପରିଷଦର ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ପରିଷଦର ସଭାପତି ଅନିଲ କୁମାର ବାରିକ ସଭାପତିତ୍ୱର ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡା ଉଦେଶ୍ୟ ଜ୍ଞାପନ ଓ ଓଡ଼ିଆ ନବବର୍ଷର ତାତ୍ପର୍ଯ୍ୟ ଉଲ୍ଲେଖ କରିଥିଲେ। ଉପସଭାପତି ସୁରଥ ଚନ୍ଦ୍ର ସେଠୀ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ ସହ ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ କର,ମହେଶ୍ୱର ସ୍ୱାଇଁ, ଭାସ୍କର ଚନ୍ଦ୍ର ସାମଲ,ନିରାକାର ଧଳ,ଦଶରଥ ଦାସ,ଅଭିମନ୍ୟୁ ମଲ୍ଲିକ,ବିଦ୍ୟାଧର ରାଉତ,ଧନଞ୍ଜୟ ଦାସ,ଭୋଳାନାଥ ସାହୁ, ବିଶ୍ୱନାଥବେହେରା,ଲମ୍ବୋଦର ମହାନ୍ତି,ପ୍ରମୁଖ ଯୋଗ ଦେଇ ବିଜ୍ଞାନ ସହ ଆଧାତ୍ମ୍ୟ ଚିନ୍ତା ଓ ଚେତନା ଜଗତ ରେପରିବ୍ୟାପ୍ତ ହେଲେ ଆଜିର ଦିବସରମୂଲ୍ୟବୋଧ ସଫଳ ହେବ ବୋଲି ବକ୍ତବ୍ୟ ରଖିଥିଲେ। ପରିଷଦର ସାଙ୍ଗଠନିକ କ୍ଷେତ୍ରରେ ସଭ୍ୟ ସଂଖ୍ୟା ପ୍ରାୟ ୧୪୦୦ରୁ ଉର୍ଦ୍ଧ ଏବଂ ଏହା ଏକ ଭାଇଚାରାର ପ୍ରମୁଖ ସହର ହୋଇ ଥିବାରୁ ଅନ୍ୟ ଏକ ଉପସଭାପତି ପଦବୀ ସୃଷ୍ଟି କରାଗଲା। ସଭାପତି ଆନିଲ ବାରିକଙ୍କ ପ୍ରସ୍ତାବ କ୍ରମେ ଶଚ୍ଚୀକାନ୍ତ ପଣ୍ଡାଙ୍କ ସମର୍ଥନରେ ପରିଷଦର ନୂତନ ଉପସଭାପତି ଭାବେ ସେକ ଅବଦୁଲ ହାକିମଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଘୋଷଣା କରିଥିବା ବେଳେ ସମସ୍ତେ କରତାଳି ମାଧ୍ୟମରେ ସ୍ୱାଗତ କରିଥିଲେ। ନୂତନ ଉପସଭାପତି ସେକ ହାକିମ ପରିଷଦର ସଭାପତି,ସମ୍ପାଦକଙ୍କ ସହ ସମସ୍ତ କର୍ମକର୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଜଣାଇବା ସହିତ ପରିଷଦର ଉନ୍ନତି ନିମନ୍ତେ ସବୁପ୍ରକାର ସାହାଯ୍ୟ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ସାମ୍ବାଦିକ, ସମାଜସେବୀ ଓ ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.