ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବଢୁଛି ଜଳସ୍ତର ପ୍ରବାହିତ ହେଉଛି ବନ୍ୟା ଜଳ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଂଚଳ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଷୋଳମପୁର ଗ୍ରାମ ପଂଚାୟତ ର ମୁଢାପଦା ଠାରୁ ବରାହ ନୂଆପଡ଼ା ପୋଲ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କୁ ସାଥିରେ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ବୈତରଣୀ ନଦୀ ରେ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ନଦୀ ନିକଟବର୍ତୀ ଗ୍ରାମବାସୀ ଏବେ ଭୟ ବିତ ସ୍ଥିତି ଅନୁଧ୍ୟାନ କରି ସରକାରୀ ସହାୟତା ସହଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।








