Home ଓଡ଼ିଶା ବନ୍ୟା ସହ ଲଢ଼ୁଛି ବଲାଙ୍ଗୀର

ବନ୍ୟା ସହ ଲଢ଼ୁଛି ବଲାଙ୍ଗୀର

235

ଭୁବନଶ୍ୱେର,୧୩ ।୮(ଓଡିଆ ପୁଅ/ ପଙ୍କଜିନୀ ନାୟକ): ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବଲାଙ୍ଗିର ସହର । ତୁଷୁରା-ଗୁଡଭେଲା ମୁଖ୍ୟ ରାସ୍ତାରେ ୮ ଫୁଟର ବନ୍ୟାଜଳ ଥିବା ବେଳେ ତେଲ୍, ରାହୁଲ ଓ ଖଡଙ୍ଗ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବଲାଙ୍ଗିରର ମୁଖ୍ୟ ରାସ୍ତା ଉପରେ ପାଣିର ସୁଅ ଛୁଟୁଛି ।

କାଲିଠାରୁ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତରାତି ସୁଦ୍ଧା ୪୩୨ ଜଣଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନିଆଯାଇଥିଲା । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ତେବେ ରେଳ ଧାରଣାରେ ପାଣି ହେବାରୁ ସାମୟିକ ଭାବେ ଟ୍ରେନ୍ ବାତିଲ କରାଯାଇଛି । ଦେଓଗାଁ ରୋଡ, ବରଗଡ଼, ସମ୍ବଲପୁର ଓ ଟିଟିଲାଗଡ଼ ସେକ୍ସନରେ ବାତିଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.