Home ଜିଲ୍ଲା ପରିକ୍ରମା ଖପରପଦା ପଞ୍ଚାୟତ ରିଲିଫ ଚାଉଳ ଚୋରି ଘଟଣାକୁ ନେଇ ସରପଞ୍ଚଙ୍କ ସାମ୍ବାଦିକ ସମ୍ମିଳନୀ

ଖପରପଦା ପଞ୍ଚାୟତ ରିଲିଫ ଚାଉଳ ଚୋରି ଘଟଣାକୁ ନେଇ ସରପଞ୍ଚଙ୍କ ସାମ୍ବାଦିକ ସମ୍ମିଳନୀ

83

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଖପରପଦା ପଞ୍ଚାୟତର ରିଲିଫ ଚାଉଳ ଚୋରି ଅଭିଯୋଗକୁ ନେଇ ଆଜି ସ୍ଥାନୀୟ ସରପଞ୍ଚ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସରପଞ୍ଚ ଗୟାଧର ନାୟକ ସ୍ଥାନୀୟ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖି କହନ୍ତି ଯେ ଚଳିତ ବନ୍ୟାରେ ବିପନ୍ନଙ୍କ ପାଇଁ ରିଲିଫ ଚାଉଳ ୧୧ଟି ୱାର୍ଡର ୧୧୬୦ ପରିବାରଙ୍କ ପାଇଁ ୧୧୬୫ ବସ୍ତା ଚାଉଳ ଆସିଥିଲା । ସେସବୁକୁ ଠିକ ଭାବେ ବଣ୍ଟନ କରାଯାଇଥିଲା । ଅବଶିଷ୍ଟ ୯୮ ବସ୍ତା ଚାଉଳ ପଞ୍ଚାୟତ ଗୋଦାମ ଘରେ ରହିଥିଲା । ପରଦିନ ଉକ୍ତ ଚାଉଳ ବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିଲା । ଖରା ଯୋଗୁଁ ତାହା ପୂର୍ବାହ୍ନରେ ବଣ୍ଟା ନଯାଇ ଅପରାହ୍ନରେ ବଣ୍ଟା ଯାଇଥିଲା । ଫଳରେ ଚାଉଳ ବଣ୍ଟନ କାର୍ଯ୍ୟ ବିଳମ୍ବ ହୋଇ ରାତି ପର୍ଯ୍ୟନ୍ତ ଚାଲିଥିଲା । ରିଲିଫ ଚାଉଳ ବଣ୍ଟନ ପରେ କେହିଁ ବ୍ୟକ୍ତି ଘରୁ ଉକ୍ତ ଆଣି ପଞ୍ଚାୟତ ପାଚେରି ନିକଟରେ ପକାଇ ଲୋକଙ୍କୁ ଏକଜୁଟ କରାଇ ଚାଉଳ ଚୋରି ହେଉଛି ବୋଲି ପ୍ରଚାର କରିଥିଲେ । ପରେ ଧୁଷୁରୀ ପୁଲିସକୁ ଡକାଇ ଗୋଦାମ ଘରକୁ ଚାବି ପକାଇଥିଲେ । ପଞ୍ଚାୟତର ଶାସକ ବିଜୁ ଜନତା ଦଳର କେତେକ କର୍ମୀ ମୋତେ ବଦନାମ କରିବା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ପ୍ରକାଶ କରିଥିଲେ । ରିଲିଫ ଚାଉଳ ଠିକ ଅଛି ଓ ସମସ୍ତ ହିତାଧିକାରୀଙ୍କୁ ସୁଷମ ବଣ୍ଟନ କରାଯାଇଥିବା ସରପଞ୍ଚ ସଫେଇ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ରିଲିଫ ଅଫିସର ପ୍ରତାପ ଜେନା, ଜିଆରଏସ ସରୋଜ ସାହୁ ଉପସ୍ଥିତ ଥିଲେ । ଅପରପକ୍ଷେ ସରପଞ୍ଚ ଓ ତାଙ୍କ ସମର୍ଥକ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି ଏହି ଚାଉଳ ଚୋରି କରୁଥିଲେ । ଏହାକୁ ସାଧାରଣ ଲୋକେ ଦେଖି ହୋ-ହାଲ୍ଲା କରିବା ସହିତ ପଞ୍ଚାୟତ ଗେଟ ତାଲା ପକାଇବା ବେଳେ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ପଛପଟ ଗେଟ ଦେଇ ଖସି ପଳାଇଥିଲେ । ପୁଲିସ ଆସି ଚାଉଳ ସହିତ ଏକ ବାଇକକୁ ଜବତ କରିଥିଲା । ପରଦିନ ଏହି ଘଟଣାର ତଦନ୍ତ ସମୟରେ ଏବିଡିଓ ସୁଶ୍ରୀ ଶର୍ମିଷ୍ଠା ତଦନ୍ତ କଲା ସମୟରେ କାହିଁକି ଅଭିଯୋଗକାରୀ ଏବଂ ଜିଆରଏସକୁ ଡାକି ନଥିଲେ ବୋଲି ଖପରପଦା ପଞ୍ଚାୟତ ବିଜେଡି ସଭାପତି ରମାକାନ୍ତ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.