Home ଜିଲ୍ଲା ପରିକ୍ରମା ବନ୍ୟା ପ୍ଲାବିତ ଅଂଚଳରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ସମାଜସେବୀ

ବନ୍ୟା ପ୍ଲାବିତ ଅଂଚଳରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ସମାଜସେବୀ

79

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ବିପନ୍ନ ଲୋକ ଏବେ ବିଭିନ୍ନ ଉଚ୍ଚା ସ୍ଥାନରେ ଭୋକ ଓପାସରେ ରହିଛନ୍ତି । ଯଦିଓ ସରକାରୀ ସହାୟତା ସେମାନଙ୍କ ପାଖରେ ପହଞ୍ଚୁଛି, ତେବେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଏଣୁ ଏହି ବିପନ୍ନମାନଙ୍କୁ ଏବେ ସହାୟକ ହୋଇଛନ୍ତି ବହୁ ବଦାନ୍ୟ ବ୍ୟକ୍ତି ଓ ସମାଜସେବୀ । ଏବେ ଯଦିଓ ବର୍ଷା କମିଛି, କିନ୍ତୁ ତଳିଆ ଅଂଚଳରେ ଗଡାଣିଆ ବନ୍ୟା ପାଣି ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରାମଚନ୍ଦ୍ର ବେହେରା ବନ୍ୟାଞ୍ଚଳରେ ବସବାସ କରୁଥିବା ବିପନ୍ନଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଇଛନ୍ତି । ଚୂଡା, ଗୁଡ, ବିସ୍କୁଟ, ମୁଢି ଭଳି ଶୁଖିଲା ଖାଦ୍ୟର ପେକେଟ୍ ନେବାପାଇଁ ଆଜି ବିପନ୍ନ ଲୋକଙ୍କର ବହୁ ଭିଡ ପରିଲକ୍ଷିତ ହୋଇଥିଲା । ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆହୁରି ୨ ଦିନ ଚାଲିବ ବୋଲି ଜଣାପଡିଛି । ଶ୍ରୀ ବେହେରାଙ୍କ ଏହି ଜନକଲ୍ୟାଣକାରୀ ଉଦ୍ୟମକୁ ବେଶ୍ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.