Home ଜିଲ୍ଲା ପରିକ୍ରମା ଏବିଭିପିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର

ଏବିଭିପିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର

42

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୪୯ ମସିହା ଜୁଲାଇ ୯ ତାରିଖରେ ସ୍ଥାପିତ ଦେଶର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭଦ୍ରକ ଜିଲ୍ଲା ଏବିଭିପି ତରଫରୁ ଜିଲ୍ଲା ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବରିଷ୍ଠ ରାଷ୍ଟ୍ରବାଦୀ ବିଚାରକ ତଥା ବିଦ୍ୟାର୍ଥୀ ପରିଷଦର ଶୁଭେଚ୍ଛୁ ନିରଞ୍ଜନ ସାହୁ ଉଦଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ । ରକ୍ତ ଅଭାବରୁ କାହାରି ଜୀବନ ହାନି ନଘଟୁ ଏବଂ ସମାଜ ପ୍ରତି ଆମ ସେବା କାର୍ଯ୍ୟର ଏକ ପ୍ରମୁଖ ଅଂଶ ହେଉଛି ରକ୍ତଦାନ ଏହା ନିୟମିତ ଭାବରେ ଜାରି ରହିବା ଦରକାର ବୋଲି ଏବିଭିପିର ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସହ ପ୍ରମୁଖ ପୁରୁଷୋତ୍ତମ ବେହେରା, ବାଲେଶ୍ୱର ବିଭାଗ ସହ ସଂଯୋଜକ ବିଶ୍ୱନାଥ ଲାହା, ସହ ସଂଯୋଜିକା ମମତା ମହାକୁଡ଼, ବିଭାଗ ଛାତ୍ରୀ ସହ ପ୍ରମୁଖ ପାର୍ବତୀ ମିଶ୍ର, ବିଭାଗ ସଂଗଠନ ମନ୍ତ୍ରୀ ସମ୍ବିତ ପ୍ରସାଦ ରାଉତ, ଗୋବିନ୍ଦ ରାଉତ, ଦେବାଶିଷ ଲାହା, ଓଁକାର ମହାନ୍ତି, ଗୋପାଳ ଗୋଛାୟତ, ହୃଷିକେଶ ଗୋସ୍ୱାମୀ, ହିମାଂଶୁ ନାୟକ, ଆଲୋକ ଦାସ ପ୍ରମୁଖ ରକ୍ତଦାନ କରିଥିବା ବେଳେ ପ୍ରଶାନ୍ତ ସିଂ, ରାହୁଲ ଦେବ ସାହୁ, ଦୀପକ ବେହେରା, ବାମଦେବ ବାରିକ, ଶୁଭଲକ୍ଷ୍ମୀ ପୃଷ୍ଟି, ପ୍ରକାଶ ଦାସ, ଶଶିକଳା ସାହୁ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.