Home ଓଡ଼ିଶା ବନ୍ଧୁକ ଦେଖାଇ ଲୁଟ

ବନ୍ଧୁକ ଦେଖାଇ ଲୁଟ

310

ବାଲେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ବନ୍ଧୁକ ଦେଖାଇ ଲୁଟ୍ । ଖନ୍ତାପଡା ଥାନା ବାହାନଗା ଗୋପାଳପୁର ରାସ୍ତା କୁଦମ୍ବ ନିକଟରୁ ଲୁଟ୍ ହୋଇଛି । ଗୋପାଳପୁର ଥାନା ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ବାହାନଗା ଗୋପାଳପୁର ରାସ୍ତା କୁଦମ୍ବବାଙ୍କ ନିକଟରେ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ୫ହଜାର ୫ଶହ ଟଙ୍କା ଓ ୨ଟି ମୋବାଇଲ ଛିନ୍ତାଇ ଅଭିଯୋଗ । ଗୋପାଳପୁର ବଜାରରେ ଗ୍ରୋସେରି ଦୋକାନ କରିଥିବା ଶଠି ନିକଟସ୍ଥ ପୁରାଣ ଗ୍ରାମର ବସନ୍ତ ଦାସ ଠାରୁ ଛିନ୍ତାଇ ଅଭିଯୋଗ ହୋଇଛି । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରହିଛି । ଅଭିଯୁକ୍ତମାନେ ନମ୍ବର ବିହୀନ ଏକ ବାଇକ୍ ଛାଡି ପଳାଇଛନ୍ତି। ଖନ୍ତାପଡା ପୋଲିସ ଓ ଗୋପାଳପୁର ପୋଲିସ ଅଭିଯୁକ୍ତଙ୍କ ବାଇକ୍ ନେଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.