Home ଓଡ଼ିଶା ବନ୍ଦ ହେଲା ୨ଟି ଗେଟ

ବନ୍ଦ ହେଲା ୨ଟି ଗେଟ

208

ସମ୍ବଲପୁର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦ ଜଳଭଣ୍ତାରର ୨ ଟି ଗେଟ ବନ୍ଦ କରାଯାଇଛି। ଜଳଭଣ୍ତାରରେ ଜଳ ପତନ ହ୍ରାସ ହୋଇଥିବାରୁ ଏହି ଦୁଇଟି ଗେଟ୍ କୁ ବନ୍ଦ କରାଯାଇଛି ବୋଲି ଜଳଭଣ୍ଡାର ପ୍ରବନ୍ଧନ ପକ୍ଷରୁ ଜଣାପଡ଼ିଛି। ଏହା ପୂର୍ବରୁ ୫ ଟି ଗେଟ୍‌ ଖୋଲା ଯାଇଥିଲା। ବାମ ପଟର ୨ଟି ଏବଂ ଡାହାଣ ପଟର ଗୋଟିଏ ମୋଟ୍ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

ଉପରମୁଣ୍ଡରୁ କମ୍ ବନ୍ୟାଜଳ ଆସୁଥିବାରୁ ଗେଟ୍ ବନ୍ଦ କରାଯାଇଛି। ଆଜି ସକାଳ ୭ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୯୫ ଫୁଟ୍ ରହିଛି। ଏହି ସମୟ ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୨,୦୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୦,୯୦୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.