Home ଜିଲ୍ଲା ପରିକ୍ରମା ବନ୍ତ ସାଇ ଶ୍ରୀମାନ ବାଟିକାରେ ବନ୍ଧୁ ମିଳନ

ବନ୍ତ ସାଇ ଶ୍ରୀମାନ ବାଟିକାରେ ବନ୍ଧୁ ମିଳନ

1

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ସାଇ ଶ୍ରୀମାନ ବାଟିକାରେ ଅଡାଳପଙ୍କ କୃପାସିନ୍ଧୁ ହାଇସ୍କୁଲର ୧୯୮୦ ବ୍ୟାଚ୍ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଅଜୟ କୁମାର ଜେନାଙ୍କ ଆବାହକତ୍ୱରେ ଡାକ୍ତର ତ୍ରିନାଥ ପଣ୍ଡା, ବ୍ୟବସାୟୀ ରାଧାକାନ୍ତ ରାଉତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ଦୈତାରୀ ରାଉତ, ଗଦାଧର ମହାନ୍ତି, ମଧୁସୂଦନ ଶଙ୍ଖୁଆ, ଭଗବାନ ପ୍ରସାଦ ସାମଲ, ଅଗ୍ରଣୀ ଚାଷୀ ଦୁଃଖିଶ୍ୟାମ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ପାଠପଢା ଦିନର ପୁରୁଣା ସ୍ମୃତି ଓ ବର୍ତମାନ କାର୍ଯ୍ୟ କ୍ଷେତ୍ରରେ ଅବସ୍ଥାପିତ ନେଇ ମତ ବିନିମୟ କରାଯାଇଥିଲା । ଆଗାମୀ ଦିନରେ ରକ୍ତଦାନ ଶିବିର, ଚକ୍ଷୁପରୀକ୍ଷା ଶିବିର, ଅଭାବୀଙ୍କୁ ପାଠପଢାରେ ସାହାଯ୍ୟ କରାଯିବା ନେଇ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ଶରତ କୁମାର ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.