Home ଜିଲ୍ଲା ପରିକ୍ରମା ବନ୍ତ ପୁରୁଣା ବଜାରରେ ସାର୍ବଜନୀନ ଦୁର୍ଗାପୂଜା

ବନ୍ତ ପୁରୁଣା ବଜାରରେ ସାର୍ବଜନୀନ ଦୁର୍ଗାପୂଜା

1

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ପୁରୁଣା ବଜାର ଠାରେ ସର୍ବପୁରାତନ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଛି । ପ୍ରାରମ୍ଭରେ ସୁଶୀଲ କୁମାର ଦାଶ, ଲକ୍ଷ୍ମୀ ନାରାୟଣ ପାଣି ନିକଟସ୍ଥ ପୁଷ୍କରିଣୀରୁ କଳସ ଆଣିବା ପରେ ଘଟସ୍ଥାପନା ପୂର୍ବକ ଶନିବାର ସପ୍ତମୀ ପୂଜା ଆରମ୍ଭ ହୋଇଥିଲା । ମୁଖ୍ୟ ପୂଜକ ନିରଞ୍ଜନ ମିଶ୍ର, ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ଦେବତା, ଗଙ୍ଗାଧର ପାଣି ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେବାକାରୀ ଭାବେ ନିଶାକର ବାରିକ, ନାରାୟଣ ବେହେରା, ଉଦ୍ଧବ ରଣା, ଗଦାଧର ବେହେରା ଦାୟୀତ୍ୱ ତୁଲାଉଛନ୍ତି । ରବିବାର ସକାଳ ଠାରୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଶାନ୍ତି ଶୃଂଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୈନିକ ହଜାରେରୁ ୧୫ ଶହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୂଜା କାର୍ଯ୍ୟରେ ସାର୍ବଜନୀନ ଦୁର୍ଗା ପୂଜା କମିଟିର ସ୍ଥାୟୀ ସଭାପତି କେଦାରନାଥ ମହାନ୍ତି, ସ୍ଥାୟୀ ସମ୍ପାଦକ ବିଜୟ କୁମାର ମଜୁମଦାର, ପୂଜା କମିଟିର ସଭାପତି କୃପାସିନ୍ଧୁ ସେଠୀ, ସମ୍ପାଦକ ଜ୍ୟୋତି ରଞ୍ଜନ ନାୟକ, ଉପଦେଷ୍ଟା କମିଟିର ଆଲୋକ ରଞ୍ଜନ ମୁଖାର୍ଜୀ, ଶିବ ନାରାୟଣ ପାଣି, ସଞ୍ଜୟ କୁମାର ନାୟକ, ପଂଚାନନ ନାୟକ, ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ ଚଣ୍ଡରାୟ, ହିମାଂଶୁ ଭାଟ୍ଟରାୟ, ଅକ୍ଷୟ ସାମଲ, କ୍ଷୀରୋଦ ନାୟକ, ସୌରଭ ସାହୁଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.