Home ଜିଲ୍ଲା ପରିକ୍ରମା ବନ୍ତରେ କାଳବୈଶାଖୀର ତାଣ୍ଡବ, ଗଛ ପଡି ଭାଙ୍ଗିଲା ଘର

ବନ୍ତରେ କାଳବୈଶାଖୀର ତାଣ୍ଡବ, ଗଛ ପଡି ଭାଙ୍ଗିଲା ଘର

10

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨ଦିନ ଧରି ବନ୍ତ ଅଞ୍ଚଳରେ ଘଟିଯାଇଥିବା କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି । ଗତ ଗୁରୁବାର ଅପରାହ୍ନରେ ବନ୍ତ ବଜାର ଓ ଆଖପାଖ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିଲା ବେଳେ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ବିଦ୍ୟୁତ୍ ତାର ଛିଡି ଯାଇଥିବା ଯୋଗୁଁ ଆଜି ସୁଦ୍ଧା ବିଦ୍ୟୁତ୍ ସରବରାହ ସ୍ୱଭାବିକ ହୋଇପାରିନାହିଁ । ସେହିପରି କେତେକ ସ୍ଥାନରେ ଗଛ ଉପୁଡି ପଡିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରିକି ନିଳୋକ ଅଞ୍ଚଳରେ ବର୍ଷା ପବନର ମାତ୍ରା ଅଧିକ ଥିବା ଯୋଗୁଁ ଭଣ୍ଡାରଗଡିଆ ଗ୍ରାମର ବିଶ୍ୱନାଥ ଜେନାଙ୍କ ଘର ନିକଟରେ ଥିବା ଏକ ବିରାଟକାୟ ଶିମିଳି ଗଛ ଉପୁଡି ତାଙ୍କର ଆଜବେଷ୍ଟେସ୍ ଘର ଉପରେ ଉପୁଡି ପଡିଥିଲା । ଫଳରେ ତାଙ୍କ ବାସଗୃହର ଆଜବେଷ୍ଟେସ୍ ସଂମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏକପାଶ୍ୱର୍ରେ କାନ୍ଥ ମଧ୍ୟ ପଡିଯାଇଥିବା ଯୋଗୁଁ ତାଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ସେ ଜଣେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ ହୋଇଥିବା ଯୋଗୁଁ କ୍ଷତିଗ୍ରସ୍ତ ଘରକୁ କିପରି ମରାମତି କରିବେ ସେନେଇ ଚିନ୍ତାରେ ଅଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ଯୁଦ୍ଧକାଳୀନ ଭିତ୍ତିରେ ତହସିଲ ଓ ବ୍ଲକ୍ ପ୍ରଶାସନ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.