Home ଜିଲ୍ଲା ପରିକ୍ରମା ଧାମରାଇ ମନ୍ଦିର ପାଶ୍ୱର୍ରେ ଧସିଲା ୭୦ଫୁଟର ନଦୀବନ୍ଧ, ଆଶା ଆଶଙ୍କାରେ ଅଂଚଳବାସୀ, ଲୁଣିପାଣି ଶହ ଶହ...

ଧାମରାଇ ମନ୍ଦିର ପାଶ୍ୱର୍ରେ ଧସିଲା ୭୦ଫୁଟର ନଦୀବନ୍ଧ, ଆଶା ଆଶଙ୍କାରେ ଅଂଚଳବାସୀ, ଲୁଣିପାଣି ଶହ ଶହ ଏକର ଜମିକୁ ମାଡିଯିବା ସହ ବେଘର ହୋଇଯିବାର ଆଶଙ୍କା

6

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ବିଚିତ୍ର ନିତୀରେ ବିନା ମାଷ୍ଟର ପ୍ଲାନରେ ନଦୀ ବନ୍ଧର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଖକୁ ପାଖ ଅତଡା ଖାଇ ଚାଲିଛି । ଫେବୃଆରୀ ମାସରେ ହବାଳିଘାଟ ଠାରେ ୫୦ଫୁଟର ନଦୀବନ୍ଧ ଧସିଥିବା କଥା ମନରୁ ଯାଇନଥିବା ବେଳେ ପୁନଶ୍ଚ ଗତକାଲି ଧାମରାଇ ମନ୍ଦିର ନିକଟରେ ୭୦ଫୁଟ ଲମ୍ବର ନଦୀ ବନ୍ଧ ଧସିଯାଇଛି । କେଉଁ ମୁହୁର୍ତ୍ତରେ ବାକି ଥିବା ୫ଫୁଟ ଓସାରର ନଦୀବନ୍ଧ ସଂପୂର୍ଣ୍ଣ ଧସିଯିବା ସହ ଧାମରା ପଂଚାୟତରେ ଥିବା ସମସ୍ତ ଚାଷଜମିକୁ ଲୁଣାପାଣି ମାଡି ଯିବ ତାହା ଆକଳନ କରିବା କଷ୍ଟକର ବ୍ୟାପାର ହୋଇ ପଡିଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଗତକାଲି ବିଳମ୍ବିତ ରାତିରେ ଧାମରାଇ ମନ୍ଦିର ଦକ୍ଷିଣ ପାଶ୍ୱର୍ ଦେଇ ଯାଇଥିବା ନଦୀବନ୍ଧର ଏକ ବଡ ଅଂଶ ସଂପୂର୍ଣ ଧସି ଯାଇଛି । ଏହି ନଦୀବନ୍ଧ ରାସ୍ତା ଦେଇ ଧାମରା ପଂଚାୟତର ୨ଟି ଓାର୍ଡର ବାସିନ୍ଦା ଚଳପ୍ରଚଳ ହେଉଥିବା ବେଳେ ଏହି ରାସ୍ତାଟି କେଉଁ ମୁହୁର୍ତରେ ସଂପୂର୍ଣ ଧସିଯିବ ସେ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଅଂଚଳବାସୀ । ଧସିଥିବା ସ୍ଥାନରୁ ବଙ୍ଗୋପସାଗର ମୁହାଣ ମାତ୍ର ୨କି.ମି ହୋଇଥିବା ବେଳେ ଏହି ମୁହାଣରେ ସବୁ ସମୟରେ ପାଣି ଭରପୂର ଥାଏ । ଫଳରେ କେଉଁ ମୁହୁର୍ତ୍ତରେ ଏବଂ ଜୁଆର ସମୟରେ ଏହି ନଦୀବନ୍ଧ ସଂପୂର୍ଣ୍ଣ ନଦୀ ମଧ୍ୟକୁ ଧସିଯିବ ତାହା ଆକଳନ କରିବା କଷ୍ଟକର । ଏହି ନଦୀବନ୍ଧ ଧସିଗଲେ କେବଳ ଧାମରା ୨ଟି ଓାର୍ଡର ବାସିନ୍ଦା ଙ୍କ ଯାତାୟତ ବନ୍ଦ ହେବ ନାହିଁ ଅନ୍ୟ ପକ୍ଷରେ ଧାମରା ପଂଚାୟତରେ ଥିବା ସମସ୍ତ ଜମିରେ ଲୁଣାପାଣି ମଧ୍ୟ ମାଡିଯିବା ସହ ବହୁ ଘରଦ୍ୱାର ସଂପୂର୍ଣ ଭାଙ୍ଗିଯିବ ବୋଲି ଅଂଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି । ନିର୍ବାଚନ ରୂତୁ ଚାଲିଥିବାରୁ ଦୀର୍ଘ ୨ଦିନ ବିତିଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଆସି ନଦୀବନ୍ଧ ଧସିଥିବା ସ୍ଥାନରେ ପହଂଚିପାରି ନାହାନ୍ତି ।

ଅନ୍ୟ ପକ୍ଷରେ ତୁରନ୍ତ ଏହି କାର୍ଯ୍ୟ କରିବା ପାଇଁ ଅର୍ଥର ଆବଶ୍ୟକତା ଥିବା ବେଳେ ,ନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ଖର୍ଚ କରିବାକୁ ଅର୍ଥ ବିଭାଗୀୟ ଅଧିକାରୀ ଦେଇ ପାରିବେ ନାହିଁ, ଅନ୍ୟ ପକ୍ଷରେ ନିର୍ବାଚନ କମିଶନର ତୁରନ୍ତ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନ ଶୀଳ ପ୍ରସଙ୍ଗ ବୋଲି ବିଚାରକୁ ନେଇ ଏହି କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ଜରୁରୀ ହୋଇ ପଡିଛି ନଚେତ କେଉଁ ମୁହୁର୍ତ୍ତରେ ଶହ ଶହ ଏକର ଜମିରେ ଲୁଣା ପାଣି ମାଡିଯିବା ସହ ସ୍ଥାନୀୟ ବାସିନ୍ଦା ନିଜର ବାସସ୍ଥାନ ହରାଇଲେ ଏଥିପ୍ରତି ଜଳସମ୍ପଦ ବିଭାଗ ଦାୟୀ ହୋଇ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ବଙ୍ଗୋପସାଗର ମୁହାଣ ଠାରୁ ଦୀର୍ଘ ୧୫ କ.ମି ନଦୀବନ୍ଧ ସୁଦୃଢୀ କରଣ ପାଇଁ ଏକ ମାଷ୍ଟର ପ୍ଲାନର ଆବଶ୍ୟକତା ଥିବା ବେଳେ ବିଭାଗୀୟ କର୍ତୁପକ୍ଷ ଯେଉଁଠାରେ ନଦୀବନ୍ଧ ଧସୁଛି ସେଠାରେ କେବଳ ପଥରପ୍ୟାକିଂ କରି ଦେଇ ନିଜର କାର୍ଯ୍ୟଶେଷ ହୋଇଯାଇଛି ବୋଲି ଭାବୁଥିବା ବେଳେ ପୁନଶ୍ଚ ନୂତନ ସ୍ଥାନରେ ନଦୀବନ୍ଧ ଧସୁଛି । ତେଣୁ ବିଭାଗୀୟ କର୍ତୁପକ୍ଷ ତୁରନ୍ତ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିିଚାରକ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.