Home ଓଡ଼ିଶା ବଣୁଆ ହାତୀ ଆକ୍ରମଣରେ ଗାଈ ଚରାଳି ଗୁରୁତର

ବଣୁଆ ହାତୀ ଆକ୍ରମଣରେ ଗାଈ ଚରାଳି ଗୁରୁତର

121

ହରିଚନ୍ଦନପୁର, ତା ୨୯ ଜୁଲାଇ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ଫରେଷ୍ଟ ଅନ୍ତର୍ଗତ ଶଗଡପଟା ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ଗତ ମଙ୍ଗଳବାର ଅପରାହ୍ନ ସମୟରେ ଶଗଡପଟା ଗ୍ରାମର ଜଗନ୍ନାଥ ମହାପାତ୍ର(ବୁଟୁ) ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗାଈ ଚରାଉଥିବା ବେଳେ ଅଚାନକ ଏକ ବଣୁଆ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଜଗନ୍ନାଥ ଘରକୁ ନଫେରିବା ଦେଖି ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ଜଙ୍ଗଲ ମଧ୍ୟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବନବିଭାଗକୁ ସୂଚନା ଦେବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସା ପରେ ବର୍ତ୍ତମାନ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ପ୍ରଶାସନର ଅନୁମତି ପରେ ୩ଦିନ ହେବ ଭାରିଯାନ ଚଳାଚଳ ବୃଦ୍ଧି ତଥା ରାସ୍ତା ଜାମ କାରଣରୁ ହାତୀପଲ ରାସ୍ତା ପାରହୋଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଯାଇନପାରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହିଯାଇଥିଲେ । ଯାହାକୁ ନେଇ ଜଗନ୍ନାଥ ବଣୁଆ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.