Home ଅପରାଧ ବଡ଼ବିଲ ପୋଲିସକୁ ବଡ ସଫଳତା, ବ୍ୟାଟେରୀ ଚୋରି ଘଟଣାରେ ୭ଟି ବ୍ୟାଟେରୀ ସହ ୩ ସମ୍ପୃକ୍ତ...

ବଡ଼ବିଲ ପୋଲିସକୁ ବଡ ସଫଳତା, ବ୍ୟାଟେରୀ ଚୋରି ଘଟଣାରେ ୭ଟି ବ୍ୟାଟେରୀ ସହ ୩ ସମ୍ପୃକ୍ତ ଗିରଫ  

529

ବଡ଼ବିଲ, ତା ୦୧ ଅକ୍ଟୋବର(ଓଡିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଆଜକୁ କ୍ରମାଗତ ଭାବରେ ବିଭିନ୍ନ ଗାଡି ମଧ୍ୟରୁ ବ୍ୟାଟେରୀ ଚୋରି ଅଭିଯୋଗକୁ ନେଇ ପୋଲିସର ମୁଣ୍ଡ ବଥାର କାରଣ ହୋଇଛି । ହେଲେ ଉକ୍ତ ଘଟଣାରେ ଆଜି ପୋଲିସ୍ ଚୋରକୁ ଧରିବାରେ ସଫଳ ହୋଇଛି । ଖବର ଅନୁଯାୟୀ ଗତ ୨୭ ତାରିଖ ରାତିରେ ବଡ଼ବିଲ ପିଏଚଡି ଅଞ୍ଚଳରେ ଥିବା ଏକ ଦୋକାନରୁ ଏକ ଇନ୍ ଭେର୍ଟର ଓ ବ୍ୟାଟେରୀ ସହ ଚାଉଳ ଡାଲି ଇତ୍ୟାଦି ଚୋରୀ ହୋଇଥିବାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନିର୍ଦେଶ କ୍ରମେ ତଦନ୍ତକାରୀ ଅଫିସର ମେରୀ କେରକେଟା ଓ ବିଜୟ ଖଟୁଆ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବରକତନଗରର ଏମଡ଼ି ସରଫରାଜଙ୍କ ଘରୁ ଚୋରି ହୋଇଥିବା ଇନ୍ ଭେର୍ଟର ଓ ବ୍ୟାଟେରୀକୁ ଜବତ କରିବାରେ ପୋଲିସ ସଫଳ ହୋଇଛି । ସେଠାରୁ ପୋଲିସ ୭ଗୋଟି ବ୍ୟାଟେରୀ ସହ ଏକ ଇନ୍ ଭେଟର ଉଦ୍ଧାର କରିଥିବାର ବିଭାଗ ପକ୍ଷରୁ ଜଣାପଡ଼ିଛି । ଏଥିସହ ଉକ୍ତ ଚୋରିରେ ସମ୍ପୃକ୍ତ ଥିବା ଶ୍ରୀନାଥ କାରୁଆ ଓ ଅନ୍ୟ ଜଣେ ନାବାଳକ ସହ ଏମଡି ସରଫରାଜଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ଦେଇଛି । ଶ୍ରୀନାଥଙ୍କ ଘର କିରିବୁରୁ ଅଞ୍ଚଳର ହୋଇଥିବା ବେଳେ ସେ ବଡ଼ବିଲ ଠାକୁରାଣୀ ଅଞ୍ଚଳରେ ରହୁଥିବାର ଜଣାପଡ଼ିଛି । ଗିରଫ ପରେ ପୋଲିସ ଉକ୍ତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.