Home ଓଡ଼ିଶା ବିପୁଳ ବିସ୍ଫୋରକ ଜବତ

ବିପୁଳ ବିସ୍ଫୋରକ ଜବତ

555

ନୂଆଦିଲ୍ଲୀ,୦୧/୧୦,(ଓଡ଼ିଆ ପୁଅ ପି ନାଏକ):ଧାରା ୩୭୦ ଉଚ୍ଛେଦ ପରେ ଭାରତରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି ମଧ୍ୟ କରାଯାଇଛି । ତଥାପି ପାକ୍‌ ଆତଙ୍କବାଦୀ ସଂଗଠନ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି ।

ସେହିଭଳି ଆଜି ଜାମ୍ମୁ ବସ୍‌ ଷ୍ଟାଣ୍ଡରୁ ୧୫ କେଜିର ବିସ୍ଫୋଟକ ଜବତ କରିଛି ଭାରତୀୟ ସେନା । ଏକ ବଡ଼ ଆତଙ୍କବାଦୀ ହମଲା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଛି । ବସ୍‌ଷ୍ଟାଣ୍ଡରୁ ଏକ ବସରେ ବ୍ୟାଗ୍ ଭିତରେ ୧୫ କେଜିର ବିସ୍ଫୋଟକ ମିଳିଥିବା ବେଳେ ବସ୍‌ କଣ୍ଡକ୍ଟର ଏହି ବିସ୍ଫୋଟକ ସ୍ଥାନାନ୍ତର ପାଇଁ କାହାଠୁ ଟଙ୍କା ନେଇଥିବା ଜଣାପଡ଼ିଛି । ତେବେ କଠୁଆର ବିଲାବରରେ ବସ୍‌ କଣ୍ଡକ୍ଟରକୁ ଏହି ବ୍ୟାଗ ଦିଆଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.