Home କେନ୍ଦୁଝର ପାଣି କାଦୁଅରେ ଭରପୁର ଗାଁ ମୁଣ୍ଡ, ହିନସ୍ଥା ହେଉଛନ୍ତି ଗ୍ରାମବାସୀ

ପାଣି କାଦୁଅରେ ଭରପୁର ଗାଁ ମୁଣ୍ଡ, ହିନସ୍ଥା ହେଉଛନ୍ତି ଗ୍ରାମବାସୀ

42

ହାଟଡିହି, ୧ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗୋପ ଗ୍ରାମର ଗ୍ରାମବାସୀମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଗାଁ ମୁଣ୍ଡଟି ପାଣି କାଦୁଅରେ ଭର୍ତ୍ତି ହୋଇଯାଇଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଏନେଇ ବ୍ଲକ ପ୍ରଶାସନକୁ ନିବେଦନ କରୁଥିଲେ ମଧ୍ୟ କୌଣସି ସୁଫଳ ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିଶେଷକରି ଗାଁ ମୁଣ୍ଡରେ ଜଳନିସ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.