Home କେନ୍ଦୁଝର ବଜରଙ୍ଗୀ କ୍ରିକେଟ, କଳିଗାଁ ଚମ୍ପିୟନ

ବଜରଙ୍ଗୀ କ୍ରିକେଟ, କଳିଗାଁ ଚମ୍ପିୟନ

26

ହାଟଡିହି, ୨୩ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବରେଶ୍ୱର ଠାରେ ବଜରଙ୍ଗୀ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କଳିଗାଁ କ୍ରିକେଟ କ୍ଲବ ଶାଳବଣୀ କ୍ରିକେଟ କ୍ଲବକୁ ୪ଉଇକେଟରେ ପରାସ୍ତ କରି ଚମ୍ପିୟନ ହୋଇଛି । ପ୍ରଥମେ ଶାଳବଣୀ କ୍ରିକେଟ ଟିମ ଟସଜିତି ବ୍ୟାଟିଂକରି ନିର୍ଦ୍ଧାରିତ ୧୫ଓଭରରେ ୮ଉଇକେଟ ହରାଇ ୧୦୫ରନ ସଂଗ୍ରହ କରିଥିଲା । ତାର ଜବାବରେ କଳିଗାଁ ୬ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ୧୦୬ ରନ କରି ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଅଜୟ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । କଳିଗାଁର ବାପି ପଣ୍ଡାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ଶାଳବଣୀର ଦୀପକ ସାମଲ ମ୍ୟାନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଅନିଲ ସତପଥି, ରଣଜିତ ଜେନା, ନୀଳମଣି ମହାନ୍ତି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଅରବିନ୍ଦ ସତପଥି, ଚଇତା ଜେନା ପ୍ରମୁଖ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଦୀପକ କୁମାର କର, ବାଦଲ ପଣ୍ଡା, ଦୁସ୍ମନ୍ତ ପଣ୍ଡା, ସୁମନ୍ତ କର, ଅଜୟ ସତପଥି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.