Home କେନ୍ଦୁଝର ମେଗା ପାନୀୟଜଳ ପ୍ରକଳ୍ପ ଯୋଜନା, ମୁକୁଳା ପାଇପ କୁ ନେଇ ଅସନ୍ତୋଷ

ମେଗା ପାନୀୟଜଳ ପ୍ରକଳ୍ପ ଯୋଜନା, ମୁକୁଳା ପାଇପ କୁ ନେଇ ଅସନ୍ତୋଷ

125

ହାଟଡିହି, ୨୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକରେ କାର୍ଯ୍ୟକାରୀ ହେବାକୁ ଥିବା ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଏବେ ପାଇପ ବିଛା କାମ ଚାଲିଛି । ଗାଁ ଗାଁରେ ଏହି ପାଇପ ବିଛା କାର୍ଯ୍ୟ ଚାଲିଥିବାବେଳେ କାମ କରୁଥିବା ଠିକାସଂସ୍ଥା ପାଇପ ଗୁଡିକ ବିଛାଇଦେବା ପରେ ତାର ମୁହଁ ଗୁଡିକ ମେଲା ପକାଇ ଦେଇଛି । ଫଳରେ ଏହି ପାଇପ ଭିତରେ ସାପ, ଗୋଧୀ ପ୍ରଭୃତି ପସିଯାଇ ମୃତ୍ୟୁ ବରଣ କରୁଥବବାବେଳେ କିଛି ଛୁଆ ମଦ୍ୟ ଏହି ପାଇପ ଭିତରେ ପରିଶ୍ରା କରୁଥିବାରୁ ପାଇପ ଭିତରୁ ଦୁର୍ଗନ୍ଧ ବାହାରୁଛି । ଏନେଇ ଅନେକ ସରପଞ୍ଚ ଓ ସମିତିସଭ୍ୟ ମାନେ ଅଭିଯୋଗ କରିଛନ୍ତି । ପାଇପ ମୁହଁ ଗୁଡିକୁ ବନ୍ଦ ରଖିବାପାଇଁ ବ୍ୟବସ୍ଥା ଥିଲେବି କାହିଁଁକି ଖୋଲା ରଖାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପାଇପଦେଇ ପାନୀୟଜଳ ଯୋଗାଣ ହେଲେ ତାହାକୁ କିପରି ଲୋକମାନେ ବିଶୁଦ୍ଧ ପାଣିଭାବେ ବ୍ୟବହାର କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ଉତ୍ସବ ଜେନାଙ୍କୁ ପଚାରିବାରେ ପାଇପ ମୁହଁ ଗୁଡିକୁ ବନ୍ଦ ରଖିବାର ଥିବାବେଳେ କାହିଁଁକି ଏପରି ଖୋଲା ରଖିଛନ୍ତି ତାହା ବୁଝି ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.